ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ଭୁବନେଶ୍ୱରର ୩ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ।
ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ଭୁବନେଶ୍ୱରର ୩ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ପାଇକ ନଗର ସ୍ଥିତ 4 ମହଲା ବିଲ୍ଡିଂ, ତମାଣ୍ଡ ଥାନା ଏବଂ ନୟାଗଡ଼ ଜିଲ୍ଲା ରଣପୁର ସ୍ଥିତ ପୈତୃକ ଘରେ ଚାଲିଛି ଚଢ଼ାଉ । ସ୍ଵତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶ କ୍ରମେ 3 ଜଣ ଡିଏସପି, 11ଆଇଆଇସି, 6ସବ ଇନ୍ସପେକ୍ଟରଙ୍କ ଏକ କାଳୀନ 3ଟି ଜାଗାରେ ଚାଲିଛି ଚଢାଉ।
ଦୀର୍ଘଦିନ ହେବ ଗୋଟିଏ ଥାନାରେ କାର୍ଯ୍ୟରତ ଥିଲେ ଅଭିମନ୍ୟୁ ଚୌଧୁରୀ। କନେଷ୍ଟବଳରୁ ଏସ୍ଆଇ ପର୍ଯ୍ୟନ୍ତ ଗୋଟିଏ ଥାନାରେ ଥିବାରୁ ତାଙ୍କର ଆୟବର୍ହିଭୂତ ସମ୍ପତି ଠୁଳ କରିବାରେ ସହଜ ହୋଇଥିଲା। ଭିଜିଲାନ୍ସ ଜାଲରେ ପଡ଼ିଥିବା ଏସଆଇ କୋଟି କୋଟି ଟଙ୍କାର ମାଲିକ ଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିଛି ଯାହାର ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ।












Click it and Unblock the Notifications