Get Updates
Get notified of breaking news, exclusive insights, and must-see stories!

OSSCଙ୍କ ପିଏସଙ୍କ ଘରେ ରେଡ୍, ଟଙ୍କା ଗଣି ଗଣି ହାଲିଆ ଭିଜିଲାନ୍ସ କର୍ମଚାରୀ

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ ସମୟରେ ପୁଳା ପୁଳା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍ । ଟଙ୍କା ଗଣି ଗଣି ହାଲିଆ ହେଲେଣି ଭିଜିଲାନ୍ସ କର୍ମଚାରୀ ।

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ ସମୟରେ ପୁଳା ପୁଳା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍ । ଟଙ୍କା ଗଣି ଗଣି ହାଲିଆ ହେଲେଣି ଭିଜିଲାନ୍ସ କର୍ମଚାରୀ ।

Vigilance raid

ତେବେ କଟକ ଓ ଭୁବନେଶ୍ୱରରେ ମୋଟ ୬ଟି ସ୍ଥାନରେ ଏହି ରେଡ୍ କରାଯାଇଛି । ବିରଞ୍ଚି ସାହୁଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ମିଳିଥିବା ବେଳେ ସକାଳୁ ଗଣତି ଚାଲିଛି। ଟଙ୍କା ସହିତ ବିପୁଳ ପରିମାଣରେ ସୁନା ବି ମିଳିଛି। ତାଙ୍କର ଦୁଇଟି ଦୁଇ ମହଲା କୋଠା ଓ ୯ଟି ଜାଗା ଠାବ କରାଯାଇଛି। ସେ ୨ ଥର ବିଦେଶ ଗସ୍ତ କରିଥିବାର ଡକ୍ୟୁମେଣ୍ଟ ସହିତ ଘରୁ ବିଦେଶୀ ନୋଟ୍ ବିଡ଼ା ମଧ୍ୟ ଠାବ କରାଯାଇଛି। ସେହିପରି ତାଙ୍କ ଶାଳକଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଛି। ଏହା ସହ ସମ୍ପର୍କୀୟଙ୍କ ଘରୁ ଜବତ ହୋଇଛି ୧୩ ଲକ୍ଷ ଟଙ୍କା । ବିରଂଚିଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗ ରହିଥିଲା ।

ଭିଜିଲାନ୍ସ ଏସ୍‌ପି ଆର୍‌. ପ୍ରକାଶ କହିଛନ୍ତି ଯେ କଟକ ଓ ଭୁବନେଶ୍ୱରରେ ମୋଟ ୬ ସ୍ଥାନରେ ରେଡ୍ କରାଯାଇଛି। ବିପୁଳ ପରିମାଣରେ ସୁନା ଓ ଟଙ୍କା ମିଳିଛି। ଟଙ୍କା ଗଣତି ଚାଲିଛି। ଏତେ ଟଙ୍କା ଓ ସଂପତ୍ତି କେଉଁଠୁ ଆସିଲା, ସେନେଇ ତଦନ୍ତ ଜାରି ରହିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+