ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ଚଢାଉ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଫସିଲେ ବିଡିଓ ଅଶ୍ୱିନୀ ଦାସ । ଆଜି ଭିଜିଲାନ୍ସ ଏକକାଳୀନ ପାଞ୍ଚଟି ସ୍ଥାନରେ ଚଢ଼ାଉ କରୁଛି।

ଜଳେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଫସିଲେ ବିଡିଓ ଅଶ୍ୱିନୀ ଦାସ । ଆଜି ଭିଜିଲାନ୍ସ ଏକକାଳୀନ ପାଞ୍ଚଟି ସ୍ଥାନରେ ଚଢ଼ାଉ କରୁଛି।

vigillance

ଜଣେ ଡିଏସପିଙ୍କ ନେତୃତ୍ୱରେ ଜଳେଶ୍ୱର ସ୍ଥିତ ବିଡିଓଙ୍କ ସରକାରୀ ବାସଭବନରେ ଚଢ଼ାଉ କରୁଛି 5 ଜଣିଆ ଟିମ୍ । ଅଶ୍ବିନୀଙ୍କର ସମସ୍ତ ଦସ୍ତାବିଜର ଗୋଟି ଗୋଟି ହେଉଛି ଯାଞ୍ଚ । ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ବିଡିଓ ଭାବରେ କାର୍ଯ୍ୟ କରୁଥିଲେ ଅଶ୍ୱିନୀ । କେନ୍ଦ୍ରାପଡ଼ାରେ ପୈତୃକ ଘର, କଟକ ସ୍ଥିତ ଶ୍ୱଶୂରଙ୍କ ଘର ଏବଂ ଜଳେଶ୍ୱରରେ ଥିବା ସରକାରୀ କ୍ୱାର୍ଟର ସମେତ ମୋଟ 5ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।

ଅଶ୍ବିନୀଙ୍କ ନିକଟରେ ଆୟ ବହିର୍ଭୂତ ସଂପତ୍ତି ଥିବା ଖବର ପାଇ ଭିଜିଲାନ୍ସ ଚଢାଉ କରିଥିଲା । ଏକାବେଳେ ଅଧିକ ମାତ୍ରାରେ ଟଙ୍କା ଓ ଏତେ ସ୍ଥାନରେ ଘର ବନାଇଛନ୍ତି ଅଶ୍ବିନୀ । ବର୍ତ୍ତମାନ ଯାଞ୍ଚ ଚାଲିଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+