ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର ସୁକାନ୍ତ ଜେନା, ଏକ କୋଟି ୧୩ ଲକ୍ଷ ନଗଦ ଟଙ୍କା ଜବତ
ପୁରୀ ଜିଲ୍ଲା ଚାରି ଛକ ସିଏଚସିର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସୁକାନ୍ତ ଜେନାଙ୍କ ଘରୁ ନଗଦ ୧ କୋଟି ୧୨ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଜଣେ ପ୍ରସୂତିଙ୍କ ସିଜିରିଆନ ଅପରେସନ କରିବା ପାଇଁ ଡାକ୍ତର ସୁକାନ୍ତ ଜେନା ୮ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପ
ପୁରୀ: ପୁରୀ ଜିଲ୍ଲା ଚାରି ଛକ ସିଏଚସିର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସୁକାନ୍ତ ଜେନାଙ୍କ ଘରୁ ନଗଦ ୧ କୋଟି ୧୨ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଜଣେ ପ୍ରସୂତିଙ୍କ ସିଜିରିଆନ ଅପରେସନ କରିବା ପାଇଁ ଡାକ୍ତର ସୁକାନ୍ତ ଜେନା ୮ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡିଥିଲେ ।

ତା ସହ ଭୁବନେଶ୍ୱରରେ ଆଲିସାନ୍ ବିଲ୍ଡିଂ ସହ ୩ଟି ପ୍ଲଟ୍, ପୁରୀରେ ଆପାର୍ଟମେଣ୍ଟ ପାଇଁ ବିନିଯୋଗ ଓ ୪୪ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ନିବେଶ ଥିବା ଜାଣିବାକୁ ମିଳିଛି।
ଏଇ ନିକଟରେ ଭିଜିଲାନ୍ସ ଯେତେ ଚଢାଉ କରିଛି, ସବୁଠୁ ଅଧିକ ନଗଦ ରାଶି ଜବତ ହୋଇଛି, ଡାକ୍ତର ସୁକାନ୍ତଙ୍କ ଘରୁ । ପ୍ରଶ୍ନ ହେଉଛି, ଡାକ୍ତରଙ୍କ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ ? ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ହୋଇ ଏତେ ଟଙ୍କା ଆୟ କରିବା ସମ୍ଭବ କି ?
ସେହିଭଳି ଦୁଇ ଦିନ ପୂର୍ବରୁ ଭିଜିଲାନ୍ସ ହାତରେ ଲାଗିଥିଲା ଏଏସପି କମ୍ୟୁନିକେସନ ତ୍ରିନାଥ ମିଶ୍ରଙ୍କ ଆୟ ବହିର୍ଭୁତ ସମ୍ପତ୍ତିର ହିସାବ, ଯାହାର ପରିମାଣ ୧୧ କୋଟିରୁ ଅଧିକ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ରେଡ୍ ବେଳେ ଅଭିଯୁକ୍ତମାନେ ଆଖି ଖୋସି ହେବା ଭଳି ସମ୍ପତ୍ତିର ଅଧିକାରୀ ବୋଲି ଭିଜିଲାନ୍ସ ଦାବି କରୁଥିଲେ ବି ଏସବୁ ବଡ଼ ବାବୁଙ୍କୁ କୋର୍ଟରେ ଦୋଷୀ ପ୍ରମାଣିତ ହେବ ତ?












Click it and Unblock the Notifications