Get Updates
Get notified of breaking news, exclusive insights, and must-see stories!

ଦୁଇଟି ପୃଥକ ସ୍ଥାନରେ ଭିଜିଲାନ୍ସ ରେଡ: ଭିଜିଲାନ୍ସ ଜାଲରେ ସିପାହୀ ସହଦେବ ପରିଡା ଓ ନୂଆଗଡ଼ ଫରେଷ୍ଟର

ରାଜ୍ୟରେ ଆଜି (ମଙ୍ଗଳବାର) ଦୁଇଟି ପୃଥକ ସ୍ଥାନରେ ଭିଜିଲାନ୍ସ ରେଡ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ସେହିପରି କଟକ ସ୍ଥିତ ଓଏସ୍ଏପି ଷଷ୍ଠ ବାଟାଲିଆନର ସିପାହୀ ସହଦେବ ପରିଡାଙ୍କ

କଟକ/ଗଜପତି: ରାଜ୍ୟରେ ଆଜି (ମଙ୍ଗଳବାର) ଦୁଇଟି ପୃଥକ ସ୍ଥାନରେ ଭିଜିଲାନ୍ସ ରେଡ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ସେହିପରି କଟକ ସ୍ଥିତ ଓଏସ୍ଏପି ଷଷ୍ଠ ବାଟାଲିଆନର ସିପାହୀ ସହଦେବ ପରିଡାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି ।

Vigilance Raid

ଭିଜିଲାନ୍ସ ଜାଲରେ ସିପାହୀ

ଷଷ୍ଠ ବାଟାଲିଆନର ସିପାହୀ ସହଦେବ ପରିଡାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଉଛି । ସହଦେବ ପରିଡାଙ୍କ ଅଫିସ୍, କଟକ ତିନି ଘରିଆ ଛକରେ ଥିବା ତିନି ମହଲା ଘର, କଟକ ଗନ୍ଦରପୁରରେ ଏକ ଆଜବେସ୍ଟସ୍ ଘର, ଚନ୍ଦନପୁରରେ ଥିବା ପୈତୃକ ଘର ଓ ମାଳତୀପାଟପୁରରେ ଥିବା ଶ୍ୱଶୁର ଘରେ ରେଡ୍ କରୁଛି ଭିଜିଲାନ୍ସ ।

ଚଢଉ ବେଳେ ନଗଦ ୨ ଳକ୍ଷ ୯୪ ହଜାର ୬ ହଜାର ଟଙ୍କା ଜବତ ହୋଇଛି । ଏହା ସହ ୪ଟି ଦୁଇ ଚକିଆ ଗାଡି ଓ ୧୭ଟି ବ୍ୟାଙ୍କ ପାସ୍ ବୁକ୍ ଜବତ କରାଯାଇଛି । ସହଦେବ ପରିଡ଼ାଙ୍କ ନାଁରେ ଭୁବନେଶ୍ୱର ପାଣ୍ଡରା ଓ ପୁରୀ ମାଳତୀପାଟପୁରରେ ପ୍ଲଟ ରହିଛି । ସେହିପରି ତାଙ୍କ ପତ୍ନୀ ଗୀତାଞ୍ଜଳି ପରିଡ଼ାଙ୍କ ନାଁରେ କଂଟିଲୋ ଓ ଗୋପାଳପୁରରେ ଦୁଇଟି ପ୍ଲଥ ଥିବା ଜଣାପଡ଼ିଛି ।

Vigilance Raid

ନୂଆଗଡ଼ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ଼୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ୍ ।

Vigilance Raid

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ଗଣେଶ ପ୍ରଧାନଙ୍କ ରେଡ୍ ହୋଇଛି । ଭିଜିଲାନ୍ସ ପକ୍ଷରୁ ନୁଆଗଡ ସରକାରୀ କାର୍ଯ୍ୟାଳୟ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ ହୋଇଛି । ଚଢାଉ ହେଉଥିବା ସ୍ଥାନଗୁଡ଼ିକ ମଧ୍ୟରେ ପାରଳାଖେମୁଣ୍ଡି ଗାନ୍ଧୀ ନଗର, ହରିଶ୍ଚନ୍ଦ୍ର ପୁର ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ରହିଛି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+