ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୧୫ଟି ସ୍ଥାନରେ ଚଢାଉ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ଚଢ଼ାଉ। ପ୍ରଦୀପଙ୍କ ସହ ସମ୍ପର୍କୀୟଙ୍କ ଘରେ ୧୫ଟି ଟିମର ଚଢ଼ାଉ । ସକାଳ ୬ ଟାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ଚଢ଼ାଉ। ପ୍ରଦୀପଙ୍କ ସହ ସମ୍ପର୍କୀୟଙ୍କ ଘରେ ୧୫ଟି ଟିମର ଚଢ଼ାଉ । ସକାଳ ୬ ଟାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

Vigilance Raid

ଆଜି ସକାଳ ୬ଟାରୁ ଏହି ଏକକଳୀନ ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ରେଡ୍ କରାଯାଇଥିବା ସୂଚନା ମିଳିଛି । ଲୋକାୟୁକ୍ତଙ୍କ ନିକଟରେ ସରକାରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ସେଲ କରୁଛି ତଦନ୍ତ । ଅଭିଯୋଗ ପରେ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ୨୦୦୯ ରୁ ୨୦୨୦ ଭିତରେ ୫କୋଟି ୫ଲକ୍ଷ ୪୬୬୫ ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୩ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ସେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ତାଙ୍କ ନାଁରେ ୬ଟି ମାମଲା ଥିଲା। ଏହି ସବୁ ମାମଲାରେ ଜାମିନ ପାଇବା ପରେ ଗତ ଜୁନ୍‌ ୧୨ ତାରିଖରେ ସେ ଜେଲ୍‌ରୁ ମୁକୁଳି ଥିଲେ। ତେବେ ଆକାଶ ପାଠକ ଏଯାଏଁ ଜେଲ୍‌ରୁ ମୁକୁଳି ପାରି ନାହାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+