ପ୍ରାଣୀଧନ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ: ଜଗନ୍ନାଥ ରାଉତଙ୍କର ରହିଛି ୯୦ ପ୍ଲଟ୍

ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ରେଡ । ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ ।

ଭୁବନେଶ୍ବର: କୋଟିପତି ପ୍ରାଣୀଧନ ନିରୀକ୍ଷକ । ବଡ଼ ବାବୁଙ୍କ ସମ୍ପତ୍ତି ପ୍ରବଳ । ଯେତେ ଖୋଳିଲେ ସେତେ ବାହାରୁଛି । ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ରେଡ । ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ । ଚଢାଉ ବେଳେ ଅଧ କେଜି ସୁନା, ୨୫୦ ଗ୍ରାମର ରୂପା ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ ହୋଇଥିବା ସୂଚନା ମିଳିଛି ।

Jagannath Raut

କୋଟିପତି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କର ଭୁବନେଶ୍ୱର ଓ କଟକରେ ୯୦ଟି ପ୍ଲଟ୍ ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ ଚାଲିଛି । ଭୁବନେଶ୍ୱରରେ ଜଗନ୍ନାଥ ରାଉତଙ୍କ ନାଁରେ ୪ଟି ବିଲ୍ଡିଂ ଓ ୩ଟି ଫ୍ଲାଟ୍ ରହିଛି । କଟକରେ ଗୋଟିଏ ଆଉଟ୍ ହାଉସ୍ ଠାବ କରାଯାଇଛି ।

ଭୁବନେଶ୍ୱର ରଘୁନାଥପୁରର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ରହିଛି ଏକ ଫ୍ଲାଟ୍, ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଏହାର ପଛ ପଟେ ୬ ହଜାର ସ୍କୋୟାର ଫୁଟର ଏକ ମାର୍କେଟ କଂପ୍ଲେକ୍ସ ମଧ୍ୟ ରହିଛି । ରଘୁନାଥପୁରରେ ୨ ହଜାର ସ୍କୋୟାର ଫୁଟ୍ ବିଶିଷ୍ଟ ଦୁଇ ମହଲା କୋଠାଘର ଏବଂ ୧୫ଶହ ସ୍କୋୟାର ଫୁଟର ୧ ମହଲା କୋଠାଘର ଠାବ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+