ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ, ରହିଛି ଅମାପ ସମ୍ପତ୍ତି

ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ । PET ଜନାର୍ଦ୍ଦନ ସାହୁଙ୍କ ବାସଭବନରେ ଭିଜିଲାନ୍ସ ରେଡ । କ୍ରୀଡ଼ା ଶିକ୍ଷକଙ୍କର ରହିଛି ଅମାପ ସମ୍ପତ୍ତି ।

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ । PET ଜନାର୍ଦ୍ଦନ ସାହୁଙ୍କ ବାସଭବନରେ ଭିଜିଲାନ୍ସ ରେଡ । କ୍ରୀଡ଼ା ଶିକ୍ଷକଙ୍କର ରହିଛି ଅମାପ ସମ୍ପତ୍ତି । ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଗୋଦାମ ବି ରହିଛି। ଏହାବାଦ ବହୁତଳ ବିଶିଷ୍ଟ କୋଠା ବି ରହିଛି।

Vigilance Raid

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ଚଢ଼ାଉ । ପାତ୍ରପୁରର ପେଟ୍ରୋଲ ପମ୍ପ ସମେତ ପୈତୃକ ବାସଭବନ, ମଦ ଭାଟି ଓ ୩ଟି ଗୋଦାମରେ ରେଡ୍‌ କରିଛି ଭିଜିଲାନ୍ସ ।

ଜନାର୍ଦ୍ଦନଙ୍କ ନିଜ ଘର, ପୈତୃକ ଘର , ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସମୁଦାୟ ୧୧ଟି ସ୍ଥାନରେ ଆଜି ସକାଳୁ ସକାଳୁ ଚାଲିଛି ରେଡ। ଜନାର୍ଦ୍ଦନଙ୍କର ବ୍ରହ୍ମପୁର ଅନନ୍ତନଗର ଲେନ୍‌ ନଂ୧ରେ ଏକ ୩ ମହଲା ବିଶିଷ୍ଟ କୋଠା ଥିବା ବେଳେ ତାହାର ମୂଲ୍ୟ ୨କୋଟିରୁ ଊର୍ଦ୍ଧ୍ୱ ହେବ । ଏହି ଘରେ ଚଢ଼ାଉ ବେଳେ ପୁଳା ପୁଳା ନଗଦ ଟଙ୍କା, ସୁନାଗହଣା ଆଦି ଜବତ ହୋଇଛି । ଏହାବାଦ ୧୦ରୁ ଊର୍ଦ୍ଧ୍ୱ ପ୍ଲଟର କାଗଜ ପତ୍ର ମିଳିଥିବା ବେଳେ ବହୁ ଇନସ୍ୟୁରାନ୍ସ କାଗଜ ମଧ୍ୟ ଜବତ ହୋଇଥିବା ଜଣାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+