ଭିଜିଲାନ୍ସ ଜାଲରେ ବଡ ମାଛ, ଏକାଥରେ ୨ କୋଟି ନଗଦ ଜବତ

ଭିଜିଲାନ୍ସ ବିଭାଗର ନୂଆ ରେକର୍ଡ । ଏକାଥରେ ୨ କୋଟି ନଗଦ ଟଙ୍କା ଜବତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗରେ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ଜବତ ହେଲା ୨ କୋଟି ନଗଦ ଟଙ୍କା ।

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗର ନୂଆ ରେକର୍ଡ । ଏକାଥରେ ୨ କୋଟି ନଗଦ ଟଙ୍କା ଜବତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗରେ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ଜବତ ହେଲା ୨ କୋଟି ନଗଦ ଟଙ୍କା । ଭୁବନେଶ୍ୱରସ୍ଥିତ ଘରୁ ସର୍ଚ୍ଚ ସମୟରେ ମିଳିଲା ନଗଦ ଟଙ୍କା । ନଗଦ ମିଳିଥିବା ଟଙ୍କା ଭିଜିଲାନ୍ସ ଇତିହାସରେ ରେକର୍ଡ ।

Vigilance Raid

ଗତ ମାସରେ ମାଲକାନଗିରି ଜିଲ୍ଲା ଆର୍‌ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ଆଶିଷ କୁମାର ଦାଶଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ଠାରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କରାଯାଇଥିଲା। ତାଙ୍କ ଘରୁ କେବଳ ୧ କୋଟି ୩୯ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିଲା। ଆଉ ରେଡ୍‌ ବେଳେ ଏତେ ପରିମାଣରେ ନଗଦ ଟଙ୍କା ଜବତ କରାଯିବା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି କୁହାଯାଇଥିଲା। ହେଲେ ଆଜି ରେକର୍ଡ କାଟିଲା ଏହି ଭିଜିଲାନ୍ସ ରେଡ ।

ରେଡ୍‌ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘରୁ ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲେ। ଟଙ୍କା ଗଣିବା ପାଇଁ କାଉଣ୍ଟିଂ ମେସିନ୍ ବ୍ୟବହାର କରିଥିଲେ ଭିଜିଲାନ୍ସ କର୍ମଚାରୀ। ଏହା ସହିତ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଠାରୁ ୨୦ଟି ସୁନା ବିସ୍କୁଟ୍ ଜବତ କରାଯାଇଛି। ସେଗୁଡ଼ିକର ଓଜନ ମିଶି ୫୮୦ ଗ୍ରାମ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+