ବବିଙ୍କୁ ଖୋଜୁଛି ଉତ୍ତରାଖଣ୍ଡ ପୋଲିସ
ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବବି କଟାରିଆ ରିରଫ ପାଇଁ ଗୁରୁଗ୍ରାମ ଅଭିମୁଖେ ଉତ୍ତରାଖଣ୍ଡ ପୋଲିସ । ବବି ଉତ୍ତରାଖଣ୍ଡ ରାସ୍ତାରେ ବସି ମଦ୍ୟପାନ ଘଟଣାରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏକ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଛି ।
ନୂଆଦିଲ୍ଲୀ: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବବି କଟାରିଆ ରିରଫ ପାଇଁ ଗୁରୁଗ୍ରାମ ଅଭିମୁଖେ ଉତ୍ତରାଖଣ୍ଡ ପୋଲିସ । ବବି ଉତ୍ତରାଖଣ୍ଡ ରାସ୍ତାରେ ବସି ମଦ୍ୟପାନ ଘଟଣାରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏକ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଛି । ସେ ବର୍ତ୍ତମାନ କୌଣସି ମୋବାଇଲ ଫୋନ ବ୍ୟବହାର କରୁନଥିବାରୁ ଲୋକେସନ ଟ୍ରାକ୍ କରିବା ସମ୍ଭବ ହେଉ ନାହିଁ ।

ବବି କଟାରିଆ ନିକଟରେ ଉତ୍ତରାଖଣ୍ଡ ରାସ୍ତାରେ ଟେବୁଲ ପକେଇ ମଦ୍ୟପାନ କରିବା ବେଳେ ରାସ୍ତାରେ ଗାଡି ମଧ୍ୟ ଜାମ ହୋଇଥିଲା । ବବିଙ୍କ ବିରୁଦ୍ଧରେ ଆଇପିସି ଧାରା 342,336,290, 510 ଏବଂ 67 ଆଇଟି ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି । ଏହାପରେ ବିମାନ ଭିତରେ ବବି ଧୁମ୍ରପାନ କରୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା ।












Click it and Unblock the Notifications