ଧରାପଡିଲା ମସଲା କମ୍ପାନୀର ଅସଲ ଚେହେରା ! ମସଲାରେ ମିଶୁଛି ଗଧ ମଳ, ଘାସ, ନକଲି ରଙ୍ଗ ଓ ଏସିଡ୍
ନକଲି ମସଲା କମ୍ପାନୀର ପର୍ଦ୍ଦାଫାସ୍ । କାରଖାନାରେ ପ୍ରସ୍ତୁତ ହେଉଥିଲା ନକଲି ମସଲା ।
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ହାଥରସ୍ ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୋସ୍ ଉଡାଇ ଦେବ । ଏଠାରେ ଏକ ନାମିଦାମୀ କମ୍ପାନୀ ଲୋଗୋ ଲାଗି ଥିବା ମସଲା କମ୍ପାନୀର ଅସଲ ଚେହେରା ସାମ୍ନାକୁ ଆସିଛି । ହାଥରସ୍ ଏହି କାରଖାନା ଉପରେ ପୁଲିସ ଯେତେବେଳେ ଚଢାଉ କଲା ଏହି କାରଖାନାର ଅସଲ ଚେହେରା ସାମ୍ନାକୁ ଆସିଲା । ପୁଲିସ ଚଢାଉ ସମୟରେ ଏହି କାରଖାନାରେ ଗୋବର ଗନ୍ଧ ଆସୁଥିଲା । ଏହି ଗୋବରକୁ ବ୍ୟବହାର କରି ଖାଇବାର ସ୍ୱାଦ ବଢାଇବା ପାଇଁ ଧନିଆ ପାଉଡର ତିଆରି କରାଯାଉଥିଲା ।

ପୁଲିସ ଯେଉଁ ସମୟରେ ଚଢାଉ କଲା ଗୋବର, ଏସିଡ୍ ଓ ଘାସ ସହ ପାଖରେ ରଖା ହୋଇଥିବା ଲଙ୍କାଗୁଣ୍ଡ, ଗରମ ମସଲା, ଧନିଆ ପାଉଡର ଓ ହଳଦୀ ଗୁଣ୍ଡ ସହ ଅନେକ ନକଲି ସାମଗ୍ରୀ ପ୍ରସ୍ତୁତ ହୋଇ ରଖା ହୋଇଥିଲା ।
ଏହି କାରଖାନାକୁ ସିଲ୍ କରି ଦିଆଯାଇଛଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସବୁଠାରୁ ବଡ କଥା ହେଲା ଏହି କାରଖାନାରେ ଏକ ହଜାରରୁ ଅଧିକ ମସଲା କମ୍ପାନୀର ଖାଲି ଖୋଳ ମିଳିଛି । ଏହି ଖୋଳରେ ନକଲି ମସଲା ଭର୍ତ୍ତି କରାଯାଇ ବଜାରକୁ ଛଡାଯାଏ ।












Click it and Unblock the Notifications