ଉତ୍ତରପ୍ରଦେଶରେ ପୂର୍ବତନ ପ୍ରେମିକାଙ୍କୁ 6 ଖଣ୍ଡ କରି ହତ୍ୟା କଲେ ଯୁବକ

ଉତ୍ତରପ୍ରଦେଶରେ ପୂର୍ବତନ ପ୍ରେମିକାଙ୍କୁ 6 ଖଣ୍ଡ କରି ହତ୍ୟା କଲେ ଯୁବକ । ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସର ତଦନ୍ତ ଚାଲିଥିବା ବେଳେ ସାମନାକୁ ଆସିଛି ଏହି ମାମଲା ।

ଆଜମଗଡ: ଉତ୍ତରପ୍ରଦେଶ ଆଜମଗଡରେ ଦିଲ୍ଲୀ ଶ୍ରଦ୍ଧା ହତ୍ୟା ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଏକ କୂଅରୁ ଜଣେ ମହିଳାଙ୍କ କଟା ମୃତଦେହ ମିଳିଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ଅଧିକାରୀମାନେ ରବିବାର କହିଛନ୍ତି। ରବିବାର ପୋଲିସ ଏନକାଉଣ୍ଟର କରି ପ୍ରିନ୍ସ ଯାଦବ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ନଭେମ୍ବର ୧୫ ତାରିଖରେ କିଛି ସ୍ଥାନୀୟ ଲୋକ ପାଶିମି ଗ୍ରାମ ବାହାରେ ଅବସ୍ଥିତ ଏକ କୂଅ ଭିତରେ ମୃତଦେହ ପାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।ପରେ ଏହି ମୃତଦେହ ଆରାଧନାଙ୍କର ବୋଲି ଚିହ୍ନଟ ହୋଇଥିଲା । ମୃତଦେହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମିଳିଥିଲା ଏବଂ ସେ ଦୁଇରୁ ତିନି ଦିନର ବୋଲି ମନେ ହେଉଥିଲା ବୋଲି ଆରକ୍ଷୀ ଅଧୀକ୍ଷକ (ଆଜମଗଡ) ଅନୁରାଗ ଆର୍ଯ୍ୟ କହିଛନ୍ତି।

DEADBODY

ରାଜଧାନୀରେ ୨୮ ବର୍ଷବୟସ୍କ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ସମାନ ଘଟଣା ଦେଖିବାକୁ ମିଳିଛି। ଶ୍ରଦ୍ଧାଙ୍କ ପୁରୁଷ ବନ୍ଧୁ ତାଙ୍କ ଶରୀରକୁ ୩୫ ଖଣ୍ଡ କରି ତିନି ସପ୍ତାହ ଧରି ୩୦୦ ଲିଟର ଫ୍ରିଜରେ ରଖିଥିଲେ। ତେବେ ଆରାଧନାଙ୍କୁ ହତ୍ୟା କରିବାରେ ଯାଦବ ତାଙ୍କ ପିତାମାତା, ସମ୍ପର୍କୀୟ ସର୍ବେଶ ଏବଂ ପରିବାରର ଅନ୍ୟ ସଦସ୍ୟ ସାହାଯ୍ୟ କରିଥିଲେ । ଆରାଧନା ଏବଂ ପ୍ରିନ୍ସଙ୍କ ଭିତରେ ପ୍ରେମ ସଂପର୍କ ପରେ ବିବାହକୁ ନେଇ ଉପୁଜିଥିଲା ସମସ୍ୟା।

ସେ ଆଜମଗଡ ଜିଲ୍ଲାର ଇଶାକ ପୁର ଗ୍ରାମରେ ରହୁଥିଲେ ଏହି ପ୍ରେମୀ। ଚଳିତମାସ 9 ତାରିଖରେ, ଯାଦବ ଆରାଧନାଙ୍କୁ ତାଙ୍କ ବାଇକ୍ ରେ ଏକ ମନ୍ଦିରକୁ ବିବାହର ପ୍ରଲୋଭନ ଦେଖାଇ ନେଇଥିଲେ। କିନ୍ତୁ ସେଠାରେ ପରିବାର ସହାୟତା କ୍ରମେ ପ୍ରିନ୍ସ ଆରାଧନାକୁ ଗଳାକାଟି ହତ୍ୟା କରିଥିଲେ। ଏହାପରେ ଏକ ବ୍ୟାଗରେ ପ୍ୟାକ କରି କୂଅରେ ଫିଙ୍ଗି ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+