ସୁସ୍ଥ ହେଲା, ଚକମା ଦେଲା : କୋଭିଡ୍ ହସ୍ପିଟାଲରୁ ବିଚାରଧିନ କଏଦୀ ଫେରାର
କୋଭିଡରେ ଚିକିତ୍ସିତ ହେଉଥିବା ଜଣେ ବିଚାରଧିନ କଏଦୀ ଶନିବାର ସକାଳେ ବହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଫେରାର୍ ହୋଇଯାଇଛି । ଫେରାର କଏଦୀଙ୍କ ନାମ ମିରତା ସିଂ
ବ୍ରହ୍ମପୁର । କୋଭିଡରେ ଚିକିତ୍ସିତ ହେଉଥିବା ଜଣେ ବିଚାରଧିନ କଏଦୀ ଶନିବାର ସକାଳେ ବହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଫେରାର୍ ହୋଇଯାଇଛି । ଫେରାର କଏଦୀଙ୍କ ନାମ ମିରତା ସିଂ । ମିରତା ଗତ ଜୁଲାଇ 4 ତାରିଖରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ବାଲିଗୁଡା ଜେଲ୍ରେ ଥିଲା । ଏହାପରେ 31 ତାରିଖରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋବା ସହିତ ବାଲିଗୁଡା ମେଡିକାଲରେ ଆଡମିଟ ହୋଇଥିଲା ।

ସେଠାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି କୋଭିଡ଼ ମେଡିକାଲକୁ ପଠାଯାଇଥିଲା । ଆଜି ଭୋର 4 ଟା ବେଳେ ବେଡ଼ରେ ମିରତା ଅନୁପସ୍ଥିତ ଥିଲେ । ପରେ ସେ ଫେରାର୍ ହୋଇଯାଇଥିବା ଜଣାପଡିବା ପରେ ଖୋଜାଖୋଜି ଆରମ୍ଭ କରିଛି ପୁଲିସ୍ ।
ଏମକେସିଜି ମେଡିକାଲ୍ ଅଧୀକ୍ଷକ ପ୍ରଫେସର ସନ୍ତୋଶ କୁମାର ମିଶ୍ର କହିଛନ୍ତି, "ରୋଗୀକୁ ବାଲିଗୁଡାରୁ ପଠାଯାଇଥିଲା । ତାଙ୍କ ଅବସ୍ଥାରେ ସୁଧାର ଆସିଥିଲା । ଡାକ୍ତରଖାନାରୁ ଡିସଚାର୍ଜ ହେବା ପୂର୍ବରୁ ସେ ଖସି ପଳାଇଛି । ତାଙ୍କୁ ଜଗିବା ପାଇଁ ଫାଟକ ନିକଟରେ ଦୁଇଜଣ ପୋଲିସ କର୍ମଚାରୀ ଥିଲେ । ଆମେ ବାଲିଗୁଡା ପୋଲିସ ଷ୍ଟେସନକୁ ଏ ସମ୍ପର୍କରେ ସୂଚନା ଦେଇଛୁ । ସେମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି ।












Click it and Unblock the Notifications