ବିଧାନସଭା ସାମ୍ନା ହତ୍ୟାକାଣ୍ଡ ଘଟଣା: ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ
ବିଧାନସଭା ନିକଟବର୍ତ୍ତୀ ଲୋୟର ପିଏମଜିଠାରେ ଗତକାଲି ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଉଭୟଙ୍କୁ ଖାରବେଳନଗର ଥାନା ପୋଲିସ ପଚରାଉଚରା ଜାରି ରଖିଥିବା ଜଣାପଡିଛି ।
ଭୁବନେଶ୍ୱର: ବିଧାନସଭା ନିକଟବର୍ତ୍ତୀ ଲୋୟର ପିଏମଜିଠାରେ ଗତକାଲି ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଉଭୟଙ୍କୁ ଖାରବେଳନଗର ଥାନା ପୋଲିସ ପଚରାଉଚରା ଜାରି ରଖିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ସୋମବାର ସକାଳ ପାଖାପାଖି ୬ଟାରେ ଜଣେ ସିକ୍ୟୁରିଟି ଗାର୍ଡ ପିଏମଜିକୁ ଲାଗି କରି ରହିଥିବା ପୋଷ୍ଟାଲ ଏଟିଏମ୍ କାଉଣ୍ଟର୍ ଖୋଲିବା ପାଇଁ ଆସିଥିଲେ। ଜଣେ ଯୁବକ ଓ ମହିଳା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପାଖରେ ଛୋଟିଆ ପୁଅ କାନ୍ଦୁଥାଏ। ଚାରିଆଡ଼େ ବୋହିଥାଏ ରକ୍ତର ଧାର। ଏଭଳି ସ୍ଥିତି ଦେଖି ସେ ଭୟଭୀତ ହୋଇ ପଡ଼ିଥିଲେ। ପରେ ସିକ୍ୟୁରିଟି ଗାର୍ଡଜଣକ ତୁରନ୍ତ ସେଠାକାର ଚା' ଦୋକାନୀ ଓ ଅନ୍ୟ ସିକ୍ୟୁରିଟି ଗାର୍ଡଙ୍କୁ ଘଟଣା ବିଷୟରେ ଜଣାଇଥିଲେ।
ଖବର ପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଘଟଣା ସ୍ଥଳରେ ଯୁବକ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ମହିଳା ଜଣଙ୍କର ଶ୍ବାସକ୍ରିୟା ଚାଲିଥିଲା। ପୋଲିସ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରବା ସହ ଛୋଟ ପୁଅକୁ ଚାଇଲ୍ଡଲାଇକୁ ହସ୍ତାନ୍ତର କରିଥିଲେ ।
ପରେ ତଦନ୍ତରୁ ଜଣାପଡିଥିଲା ଯେ ଯୁବକ ଜଣଙ୍କ ନାମ ବବଲୁ ବେହେରା ଏବଂ ମହିଳା ଜଣଙ୍କ ତାଙ୍କ ପତ୍ନୀ ପୂଜା । ୨ ଅଭିଯୁକ୍ତ ଶ୍ରମିକ ଶ୍ରେଣୀର ହୋଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ଘଣଟାରେ ପୋଲିସ ଅଧିକ ଘୋଳତାଡ କରୁଛି ।












Click it and Unblock the Notifications