ରାଜଧାନୀରେ ଚାଞ୍ଚଲ୍ୟ: ଦିନକରେ ୨ ଜଣଙ୍କ ଆତ୍ମହତ୍ୟା
ରାଜଧାନୀ ଭୁବନେଶ୍ବରରେ ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରୁ ୨ ଜଣ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ବନ୍ଦ ଘରୁ ଜଣେ ମହିଳାଙ୍କ ସନ୍ଦେହଜନକ ମୃତଦେହ ମିଳିଥିଲା।
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରୁ ୨ ଜଣ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ବନ୍ଦ ଘରୁ ଜଣେ ମହିଳାଙ୍କ ସନ୍ଦେହଜନକ ମୃତଦେହ ମିଳିଥିଲା। ଅପରାହ୍ନରେ ଜଣେ ଯୁବତୀଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି ।

ଖବର ଅନୁଯାଇ, ଖାରବେଳନଗର ଅଞ୍ଚଳରେ ଆଉ ଏକ ଆତ୍ମହତ୍ୟା ଘଟିଥିବା ଜଣାପଡ଼ିଛି । ବେକରେ ରଶି ଲଗାଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଯୁବତୀ ଜଣଙ୍କ ନାଁ ସସ୍ମିତା ବାରିକ । ବୟସ ୨୩ ବର୍ଷ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ଯବେଚ୍ଛଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି ।
ସେହିପରି ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନସ୍ଥିତ ଘର ଭିତରୁ ଆଜି ପୂର୍ବାହ୍ନରେ ପ୍ରଜ୍ଞା ପରମିତା କର (୩୩) ନାଁରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମହିଳା ଜଣକ ବେକରେ ଦଉଡ଼ି ଲଗାଇ ଝୁଲିପଡ଼ିଥିଲେ। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ରାତିରେ ସାମ୍ନା ଘରେ ଭୋଜି କରିବା ପରେ ପ୍ରଜ୍ଞା ପରମିତା ସକାଳୁ ସକାଳୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି। ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ପ୍ରଜ୍ଞା ପରମିତା ଏଭଳି କାଣ୍ଡ କରିଥିବା କୁହାଯାଉଛି।












Click it and Unblock the Notifications