ଟିଟିଲାଗଡ଼ ଉପକାରାଗାରରୁ ୨ ଜଣ କଏଦୀ ଫେରାର; ଭିନ୍ନ ଭିନ୍ନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପକାରାଗାରରୁ ୨ ଜଣ ହତ୍ୟା ଅଭିଯୁକ୍ତ କଏଦୀ ଫେରାର ହୋଇଯାଇଛନ୍ତି । ଉଭୟ ଭିନ୍ନ ଭିନ୍ନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ।

ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା ଏବଂ ଜଣେ ନାବାଳକଙ୍କୁ କୂଅରେ ଫିଙ୍ଗି ମାରିଦେବା ଅଭିଯୋଗରେ ଗିରଫ ସୁମିତ ବିହାରୀ ଜେଲ୍‌ରୁ ଫେରାର୍‌ ମାରିଥିବା ଜଣାଯାଇଛି। ବାହାରୁ କେହି ସେମାନଙ୍କୁ ସାହାଯ୍ୟ କରିଥିବା ଅନୁମାନ କରାଯାଉଛି । ଶୋଭାବନ ୩ ବର୍ଷ ହେଲା ସଜା କାଟୁଥିବା ବେଳେ ସୁମିତ ୨ ବର୍ଷ ହେଲା ସଜା କାଟୁଥିଲା।

ଟିଟିଲାଗଡ଼ ଉପକାରାଗାରର ଭାରପ୍ରାପ୍ତ ଜେଲର ଚୈତନ୍ୟ ପଧାନଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳକୁ ଏହି ଦୁଇ କଏଦୀ ଫେରାର ହୋଇଯାଇଥିଲେ । ସେମାନେ ଜେଲ୍‌ର ପ୍ରାୟ ୧୪ ଫୁଟ୍ ଉଚ୍ଚ କାନ୍ଥ ଡେଇଁ ଫେରାର ହୋଇଯାଇଥିଲେ ।

bolangir titilagarh jail

ଫେରାର ହେବା ପାଇଁ ଶୋଭନ ଓ ସୁମିତଙ୍କୁ ଜେଲ୍ ଭିତରୁ କେହି ସହାୟତା କରିଥିବା କୁହାଯାଉଥିବା ବେଳେ ଭାରପ୍ରାପ୍ତ ଜେଲର ଚୈତନ୍ୟ ପଧାନ ଏହାକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଜେଲ୍‌ରେ ଲାଗିଥିବା ସିସିଟିଭି ଅଚଳ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଟିଟିଲାଗଡ଼ ଉପକାରାଗାରରେ କଏଦୀ ଓ ବିଚାରାଧୀନ କଏଦୀଙ୍କୁ ମିଶାଇ ମୋଟ ୬୧ ଜଣ ଅଛନ୍ତି ।

ଜେଲରୁ ମୁକ୍ତି ପାଇବା ପାଇଁ ଶୋଭାବନ ନିଜକୁ ପାଗଳ ଦର୍ଶାଇ କଟକ ମେଡିକାଲରେ ଭର୍ତ୍ତି ହୋଇ ଜାମିନ ଆବେଦନ କରିଥିଲା। ତେବେ ସେ ସେଥିରେ ବିଫଳ ହୋଇଥିଲା। ଜେଲରୁ ୨ ଦୁର୍ଦ୍ଦାନ୍ତ କଏଦୀ ଫେରାର ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+