ଦୁଇ ମୃତଦେହ ଉଦ୍ଧାର : ଟ୍ରେନ୍ ଆଗକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା !

ରେଳ ଧାରଣାରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର । ରେଳ ଷ୍ଟେସନର କିଛି ଦୂରରୁ ଦୁଇ ମୃତଦେହ ଉଦ୍ଧାର । ଉଭୟଙ୍କ ନିକଟରେ ଥିବା ଆଧାର କାର୍ଡରୁ ତାଙ୍କ ପରିଚୟ ମିଳିଛି । ଦୁଇ ମୃତକ କୋରାପୁଟ ଜିଲ୍ଲା କୋଟପାଡ଼ର ହୋଇଥିବା ସୂଚନା ମିଳିଛି ।

ଯୁବକଙ୍କ ନାଁ ଯତୀନ ଶଙ୍କର ପାଢୀ, ଯୁବତୀଙ୍କ ନାଁ ତୃପ୍ତିମୟୀ ସାହୁ ବୋଲି ଜଣାପଡିଛି । କେଉଁ ପରିସ୍ଥିତିରେ ଯୁବକଯୁବତୀଙ୍କ ମୃତ୍ୟୁ ଘଟିଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି । ତେବେ ଏନେଇ କୋଟପାଡ଼ ଥାନାକୁ ସୂଚନା ପଠାଇଛି ଜିଆରପି ପୋଲିସ।

ସୂଚନା ଅନୁସାରେ , ଟ୍ରେନ୍ ଆଗକୁ ଡେଇଁ ଯୁବକ ଯୁବତୀ
ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁରୀ ଜିଲ୍ଲା ତାଳବଣିଆ ଲେଭଲ କ୍ରସିଂଠାରୁ ୨୦୦ ମିଟର ଦୂର ରେଳ ଧାରଣାରେ ମୃତଦେହ ପଡ଼ିଛି ।

ଘଟଣାସ୍ଥଳରୁ ଉଭାୟଙ୍କ ଆଧାର କାର୍ଡ, ଭୋଟ୍ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ ମିଳିଛି । ମୃତକ ଦୁଇ ଜଣ ହେଲେ ତୃପ୍ତିମୟୀ ସାହୁ (୨୧) ଓ ଯତୀନ ଶଙ୍କର ପାଢ଼ୀ (୨୩)।

dead_body

ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସେମାନେ କାହିଁକି ଟ୍ରେନ୍ ଆଗକୁ ନେଇ ଜୀବନ ହାରିଲେ ତାହାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଉଭୟ ପ୍ରେମୀ ଯୁଗଳ ହୋଇଥିବା ଅନୁମାନ କରାଯାଉଛି । ତେବେ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ତେବେ ସେମାନେ କାହିଁକି ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । କୋରାପୁଟରୁ ସେମାନେ କେମିତି ଓ କାହିଁକି ଆସିଲେ ସେ ନେଇ ଛାନଭିନ ପରେ ଜଣାପଡ଼ିବ । ତେବେ ଏହି ଘଟଣା ପରେ ଘଟଣାସ୍ଥଳରେ ଭିଡ ଦେଖିବାକୁ ମିଳିଥିଲା । ପୋଲିସ ଆସି ଭିଡ ନିୟନ୍ତ୍ରଣ କରିଥିଲା ।

ପୋଲିସ ଉଭୟ ପରିବାରକୁ ସୂଚନା ଦେଇଛି । ତେବେ ଏ ନେଇ ଉଭୟ ପରିବାରରେ ଶୋକର ବାତାବରଣ ଖେଳି ଯାଉଛି । ତେବେ କେଉଁ ପରିସ୍ଥିତିରେ ଏପରି ହେଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଆଗକୁ ତଦନ୍ତ ହେଲେ ଚିତ୍ର ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+