ରାକ୍ଷୀ ପୂର୍ଣ୍ଣିମାରେ ଲଜ୍ଜା, ସଂପର୍କୀୟ ଭଉଣୀକୁ ଦୁଷ୍କର୍ମ କଲା ଭାଇ
ବିହାରର ପଶ୍ଚିମ ଚମ୍ପାରଣରେ ଅଭାବନୀୟ ଘଟଣା ଘଟିଛି। ଗାଧୋଇବା ସମୟରେ ଦୁଇ ଭାଇ ତାଙ୍କ ନାବାଳିକା ସମ୍ପର୍କୀୟ ଭଉଣୀର ଭିଡିଓ କରି ତାଙ୍କୁ ଦୁଷ୍କର୍ମ କରିଥିବା ଖବର ସମସ୍ତଙ୍କୁ ଚକିତ କରିଛି ।
ପାଟନା: ରାକ୍ଷୀ ପୂର୍ଣ୍ଣିମାରେ ଲଜ୍ଜା । ଭାଇ-ଭଉଣୀର ପବିତ୍ର ସଂପର୍କରେ ଲାଗିଲା ଦାଗ । ଗୋଟିଏ ପଟେ ଭଉଣୀଟିଏ ଭାଇ ହାତରେ ଭଲପାଇବାର ଡୋରୀ ବାନ୍ଧି ରକ୍ଷା କବଚ ସାଜିବାର ଶପଥ ନେଉଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ତାର ଠିକ ଓଲଟା । ବିପଦ ସମୟରେ ରକ୍ଷା କରିବା ପରିବର୍ତ୍ତେ ସଂପର୍କୀୟ ଭଉଣୀ ସହିତ ଦୁଷ୍କର୍ମ କରିଛି ଭାଇ। ବିହାରର ପଶ୍ଚିମ ଚମ୍ପାରଣରେ ଅଭାବନୀୟ ଘଟଣା ଘଟିଛି। ଗାଧୋଇବା ସମୟରେ ଦୁଇ ଭାଇ ତାଙ୍କ ନାବାଳିକା ସମ୍ପର୍କୀୟ ଭଉଣୀର ଭିଡିଓ କରି ତାଙ୍କୁ ଦୁଷ୍କର୍ମ କରିଥିବା ଖବର ସମସ୍ତଙ୍କୁ ଚକିତ କରିଛି ।

ପୋଲିସ ସୂଚନା ଅନୁଯାୟୀ, ଘଟଣା ସମୟରେ 15 ବର୍ଷୀୟା ପୀଡିତା ଘରେ ଏକୁଟିଆ ଥିଲେ । ତାଙ୍କ ପରିବାରର ବାକି ସଦସ୍ୟମାନେ 'ମହରମ' ଶୋଭାଯାତ୍ରା ଯୋଗୁଁ ବାହାରେ ଥିଲେ। ଏହି ସମୟରେ ତାଙ୍କ ମାମୁଁଙ୍କ ପୁଅ ମହମ୍ମଦ ଫୈଜ ଏବଂ ମହମ୍ମଦ ରାଜନ କାନ୍ଥ ଚଢି ଘରେ ପ୍ରବେଶ କରିଥିଲେ। ନାବାଳିକାଙ୍କ ଗାଧୋଉଥିବା ଭିଡିଓ ନିଜ ଫୋନରେ ରେକର୍ଡ କରିଥିଲେ । ଏହାପରେ କରିଥିଲେ ଦୁଷ୍କର୍ମ।
ପ୍ରଥମେ 'ପଞ୍ଚାୟତ' ମାଧ୍ୟମରେ ଏହି ମାମଲାର ସମାଧାନ ହୋଇଥିଲା। କିନ୍ତୁ ଏହାପରେ ପୀଡିତା ଥାନାରେ ଅଭିଯୋଗ କରିଥିଲେ । ଶିକରପୁର ଏସଏଚଓ ଅଜୟ କୁମାର କହିଛନ୍ତି ଯେ "ଏହି ମାମଲାରେ ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ପୀଡିତାଙ୍କ ବିବୃତ୍ତି ରେକର୍ଡ କରିବା ପରେ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ତଦନ୍ତ ଜାରି ରହିଛି ।












Click it and Unblock the Notifications