ସିଲ୍ ହେଲା ରାଜଧାନୀର 2ଟି ବାର୍, ସଟଡାଉନରେ ଚାଲିଥିଲେ ଜୁଆ ଖେଳ

ସିଲ୍ ହେଲା ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ୨ଟି ବାର୍ ପେଣ୍ଟାଗନ୍ ଓ ନଶା । ସିଲ କଲା ବିଏମସି ଏନ୍ଫୋର୍ସମେଣ୍ଟର ସେଣ୍ଟ୍ରାଲ ସ୍କ୍ୱାର୍ଡ଼ । ସଟଡାଉନରେ ଚାଲିଥିଲା ଜୁଆ ଆଡ୍ଡା ।

ଭୁବନେଶ୍ବର: ସିଲ୍ ହେଲା ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ୨ଟି ବାର୍ ପେଣ୍ଟାଗନ୍ ଓ ନଶା । ସିଲ କଲା ବିଏମସି ଏନ୍ଫୋର୍ସମେଣ୍ଟର ସେଣ୍ଟ୍ରାଲ ସ୍କ୍ୱାର୍ଡ଼ । ସଟଡାଉନରେ ଚାଲିଥିଲା ଜୁଆ ଆଡ୍ଡା ।

Bhubaneswar Bar Sealed

ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ପେଣ୍ଟାଗନ୍‍ ବାର୍‍ରେ ଚାଲିଥିଲା ହାଇପ୍ରୋଫାଇଲ୍‍ ଜୁଆ ଆଡ୍ଡା। ବଡ଼ବଡ଼ିଆ ଲୋକ ବାର୍‍କୁ ଆସି ଲକ୍ଷାଧିକ ଟଙ୍କା ବାଜି ଲଗାଉଥିଲେ। ପୂରା ଫିଲ୍ମ ଷ୍ଟାଇଲ୍‍ରେ ବାର୍‍ର ୩ଟି ରୁମ୍‍ ବୁକ୍‍ କରାଯାଇଥିଲା। ଏପରିକି ଜୁଆଡ଼ିମାନଙ୍କୁ ମଦ ଯୋଗାଇ ଦିଆଯାଉଥିଲା। ଜୁଆଡ଼ିଙ୍କୁ ଯୁବତୀମାନେ ମଦ ଯୋଗାଇବା ସହ ଷ୍ଟ୍ରାଇକର ମଧ୍ୟ ଦେଉଥିଲେ। ଠିକ୍‍ ସନ୍ଧ୍ୟା ୮ଟା ସମୟରେ ଗତକାଲି ବାର୍‍ ଭିତରେ ଫୁଲ୍‍ ଜୋର୍‍ରେ ଖେଳାଯାଉଥିବାବେଳେ ଲକ୍ଷ୍ମୀସାଗର ଥାନା ପୁଲିସ ଅତର୍କିତ ଚଢ଼ଉ କରିଥିଲା।

ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ପୁଲିସ ୩ ଜଣ ଯୁବତୀ ଏବଂ ୧୦ ଜଣ ଯୁବକଙ୍କୁ କାବୁ କରି ଥାନାକୁ ଆଣିଥିଲା। ସେହିପରି ଉକ୍ତ ରୁମ୍‍ରୁ ପୁଲିସ କ୍ୟାରମ୍‍ ଷ୍ଟ୍ରାଇକର୍‍ ଏବଂ ନଗଦ ୨ଲକ୍ଷ ୫୩ ହଜାର ଟଙ୍କା ଜବତ କରିଥିବା ନେଇ ଜୋନ୍‍-୪ ଏସିପି ରଜତ ରାୟ ସୂଚନା ଦେଇଛନ୍ତି। ପୁଲିସ ଉକ୍ତ ହୋଟେଲ ମାଲିକଙ୍କୁ ମଧ୍ୟ ପଚରାଉଚରା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+