ପୂଜା ଚାନ୍ଦା ମାଗି ୨ ଗିରଫ
ପୂଜା ଚାନ୍ଦା ମାଗି ୨ ଗିରଫ । ଦୂର୍ଗାପୂଜା ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ମାଲଗୋଦାମ ପୋଲିସ। ଗିରଫ ୨ ଜଣ କଲେଜ ଛକ ପୂଜା କମିଟିର ସଦସ୍ୟ ବୋଲି ଜଣାପଡ଼ିଛି ।
କଟକ: ପୂଜା ଚାନ୍ଦା ମାଗି ୨ ଗିରଫ । ଦୂର୍ଗାପୂଜା ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ମାଲଗୋଦାମ ପୋଲିସ। ଗିରଫ ୨ ଜଣ କଲେଜ ଛକ ପୂଜା କମିଟିର ସଦସ୍ୟ ବୋଲି ଜଣାପଡ଼ିଛି । ସେମାନେ ହେଲେ ଶରତ କୁମାର ବେହେରା ଓ ରାକେଶ ବେହେରା।

ଅଭିଯୋଗ ଅନୁସାରେ, ଜଣେ ବ୍ୟବସାୟୀଙ୍କୁ ୧୩ ହଜାର ଟଙ୍କା ଚାନ୍ଦା ମାଗିବା ସହ ଏହାକୁ ଶୀଘ୍ର ଦେବା ପାଇଁ ତାଗିଦ କରିଥିଲେ ପୂଜା କମିଟି ସଦସ୍ୟ । ତେବେ ସେ ଚାନ୍ଦା ଦେବାକୁ ଅସମର୍ଥ ହେବାରୁ ତାଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମାଲଗୋଦାମ ଥାନାରେ ଅଭିଯୋଗ ପରେ ଗତକାଲି ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଏହି ଘଟଣାରେ ଯଦି ଅନ୍ୟମାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳେ, ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କଟକ ଜୋନ୍ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି, କାହା ପାଖରୁ ଜୋର ଜବରଦସ୍ତ ପୂଜା ଆଳରେ ଚାନ୍ଦା ଆଦାୟ କରାଯିବ ନାହିଁ। ତାହା ଉପରେ ଆମେ ଦୃଷ୍ଟି ରଖିଛୁ।












Click it and Unblock the Notifications