For Quick Alerts
Turn On Notification  
For Daily Alerts
Oneindia App Download

ପୋଲିସ ଚାକିରୀ ଦେବା ନାଁରେ ଦେଢ କୋଟି ଟଙ୍କା ଠକେଇ

ପୋଲିସ ଚାକିରୀ ଦେବା ନାଁରେ ଦେଢ କୋଟି ଟଙ୍କା ଠକେଇ ଅଭିଯୋଗ । ଦୁଇ ଜଣ ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୨ ଅଭିଯୁକ୍ତ ହେଲେ ବୈକୁଣ୍ଠନାଥ ନାୟକ ଓ ଭୀମସେନ ମହାରଣା ।

|

ଭୁବନେଶ୍ୱର: ପୋଲିସ ଚାକିରୀ ଦେବା ନାଁରେ ଦେଢ କୋଟି ଟଙ୍କା ଠକେଇ ଅଭିଯୋଗ । ଦୁଇ ଜଣ ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୨ ଅଭିଯୁକ୍ତ ହେଲେ ବୈକୁଣ୍ଠନାଥ ନାୟକ ଓ ଭୀମସେନ ମହାରଣା । ପୋଲିସ ବିଭାଗର ମିଳିତ ପୋଲିସ ସେବା ବା ସିପିଏସିଇ ପରୀକ୍ଷାରେ ଚାକିରୀ କରେଇ ଦେବା ନାଁରେ ପକାଇଥିଲେ ଜାଲ । ଫେକ୍ ଆଇଡ଼ି କାର୍ଡ ଦେଖାଇ ଜନ୍ମାଉଥିଲେ ଆଶାୟୀ ମନରେ ବିଶ୍ବାସ । ପିଅନ, ଡ୍ରାଇଭର ଓ ମାଳିଙ୍କ ମାଧ୍ୟମରେ କରୁଥିଲେ ଶିକାର ।

Police

୩୮ ଜଣଙ୍କ ପାଖରୁ ପାଖାପାଖି ଦେଢ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଆଶାୟୀଙ୍କ ପାଖରେ ନିଜକୁ ଗୃହ ବିଭାଗର ଏଏସଓ ଏବଂ ବଡ ଅଧିକାରୀର ପରିଚୟ ଦେଇଥିଲେ । ହେଲେ ଦିନ ଗଡିଯିବା ପରେ ଯେତେବେଳେ ଚାକିରି ମିଳିଲାନି, ସେତେବେଳେ ଠକାମୀର ଶିକାର ହୋଇଥିବା ଅନୁମାନ କରି ଥାନାକୁ ଯାଇଥିଲେ ଆଶାୟୀ ।

ତଦନ୍ତ ପରେ ଜଣାପଡିଛି ଭୀମସେନ ମହାରଣା ଜଣେ ସରକାରୀ ଅବସରପ୍ରାପ୍ତ କର୍ମଚାରୀ । ଉଚ୍ଚ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଭାବରେ ସେ ଅବସର ଗ୍ରହଣ କରିଥିଲେ । ଆଉ ନିଜ ପକେଟ ଗରମ କରିବାକୁ ଯାଇ ଚାକିରି ଆଶାୟୀଙ୍କ ପକେଟ ଖାଲି କରୁଥିଲେ । ଗିରଫ ବେଳେ ବୈକୁଣ୍ଠନାଥ ନାଇକଙ୍କ ନିକଟରୁ ୧୨ଟି ଏଟିଏମ କାର୍ଡ଼ ଓ ଜାଲ ପରିଚୟ ପତ୍ର ଜବତ କରିଛି ପୁଲିସ । ଅଭିଯୁକ୍ତ ମାନଙ୍କର ସମସ୍ତ ଆକାଉଂଟ ଫ୍ରିଜ କରିଛି ଇଓଡ଼ବ୍ଲ୍ୟୁ । ଯଦି ଆଉ କେହି ବ୍ୟକ୍ତି ଏମାନଙ୍କ ଦ୍ୱାରା ଠକାମିର ଶିକାର ହୋଇଛନ୍ତି, ଇଓଡବ୍ଲ୍ୟୁକୁ ଆସି ମାମଲା ରୁଜୁ କରିବାକୁ ଆହ୍ୱାନ ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Two Arrested For Duping Police Job, Swindled Rs 1.5 crore
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X