ପୁଇଁତଳା ଛକରୁ ଦୁଇ ଭାଇଙ୍କୁ ଅପହରଣ ଘଟଣାରେ ଟୁଇଷ୍ଟ୍; ଅପହରଣ ନୁହେଁ ଉଠାଇ ନେଇଥିଲା ପୋଲିସ

ପୁଇଁତଳା ଛକରୁ ଦୁଇ ଭାଇଙ୍କୁ ଅପହରଣ ଘଟଣାରେ ଟୁଇଷ୍ଟ । ଉଭୟଙ୍କୁ ଅପହରଣ କରାଯାଇ ନଥିବା ଗଞ୍ଜାମ ପୋଲିସର ସୂଚନା। ଏକ ମାମଲାରେ ଉଭୟଙ୍କୁ କର୍ଣ୍ଣାଟକ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି। ବିଶାଖାପାଟଣାର ଏକ ହୋଟେଲ୍‌ରୁ ଉଭୟଙ୍କୁ ଠାବ କରିଛି ପୋଲିସ। ଦୁଇ ଭାଇ ଠାବ ହୋଇଥିବା ସ୍ପଷ୍ଟ କରିଛନ୍ତି ଗଞ୍ଜାମ ଏସ୍‌ପି।

ସୂଚନା ଅନୁସାରେ, ପୁଇଁତଳା ଛକରେ ଥିବା ଗୋଟିଏ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଶୁକ୍ରବାର ରାତି ୯ଟା ସମୟରେ ଅପହରଣ କରିବା ଅଭିଯୋଗ ହୋଇଥିଲା। ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ l

police_arrest

ଏହି ଘଟଣାକୁ କେନ୍ଦ୍ର କରି ଦୋକାନୀ ମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଗଞ୍ଜାମ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ତେବେ ଏଠାରେ ପ୍ରଶ୍ନ ଗଞ୍ଜାମ ପୋଲିସ କଣ କର୍ଣ୍ଣାଟକ ପୋଲିସ ଆସିବ କଥା ଜାଣି ନଥିଲା। ଯଦି ଜାଣିଥିଲା ତେବେ ଲୋକେ କଣ ପାଇଁ ଜାତୀୟ ରାଜପଥ ଅବରୋଧ କରିଥିଲେ । ଯଦ୍ୱାରା ଅନେକ ଯାନବାହନ ଅଟକ ହୋଇ ରହିଥିଲା।

ଗୋଟିଏ ଲାଲ ରଙ୍ଗ କାର ଏବଂ ଆଉ ଗୋଟିଏ ଧଳା କାରରେ ପ୍ରାୟ ୬ ରୁ ୭ ଜଣ ଆସି ପିସ୍ତଲ ଦେଖାଇ ଦୁଇ ଭାଇଙ୍କୁ ଗାଡ଼ିରେ ବସାଇ ଛତ୍ରପୁର ପଟେ ଯାଇଥିଲେ l କିଛି ସମୟ ପୂର୍ବରୁ ସେଠାରେ ଥିବା ପେଟ୍ରୋଲ ପମ୍ପ ନିକଟରୁ ଦୁଇଟି କାର ବାହାରି ଥିବା CCTV ଭିଡ଼ିଓ ସାମ୍ନାକୁ ଆସିଛି ।

ଗତକାଲି ରାତିରେ ପୁଇଁତଳା ଛକ ଜାତୀୟ ରାଜପଥ ଏକ ଢ଼ାବା ନିକଟ ଚା' ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଉଠାଇ ନେଇଥିଲା ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+