ବ୍ୟାଙ୍କରୁ ଡକାୟତୀ : ବନ୍ଧୁକ ମୁନରେ ନେଇଗଲେ 12 କୋଟି ଟଙ୍କା
କଟକର ନୟାସଡ଼କ ସ୍ଥିତ IIFL ବ୍ୟାଙ୍କରୁ ସଶସ୍ତ୍ର ଡକାୟତୀ ହୋଇଛି ।
କଟକ : କଟକର ନୟାସଡ଼କ ସ୍ଥିତ IIFL ବ୍ୟାଙ୍କରୁ ସଶସ୍ତ୍ର ଡକାୟତୀ ହୋଇଛି । ଦୁବୃର୍ତ୍ତମାନେ ବନ୍ଧୁକ ଦେଖାଇ 12 କୋଟି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଖବର ପାଇ ସ୍ଥାନୀୟ ପୁଲିସ ଓ କଟକ ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ବ୍ୟାଙ୍କର ସିସିଟିଭି ଠାରୁ ଆରମ୍ଭ କରି ନାୟସଡ଼କର ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି ପୁଲିସ ।
ମିଳିଥିବା ସୂଚନା ଅନୁସାରେ, ସକାଳୁ ବ୍ୟାଙ୍କ ଖୋଲିବା ପରେ ଚାରି ଜଣ ବନ୍ଧୁକଧାରୀ ଦୁବୃର୍ତ୍ତ ଉକ୍ତ ବ୍ୟାଙ୍କ ଭିତରେ ପଶି ସମସ୍ତଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରିଥିଲେ ।

ଏଥିସହ ବ୍ୟାଙ୍କ ଭିତରୁ 12 କୋଟି ଟଙ୍କା ଓ ଅଳଙ୍କାର ଲୁଟି ନେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା । ବ୍ୟାଙ୍କ କର୍ମାଚାରୀମାନଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ । ଉକ୍ତ ବ୍ୟାଙ୍କର କେଉଁମାନେ ଗ୍ରାହକ ଥିଲେ ? ଏହାକୁ ମଧ୍ୟ ତଦନ୍ତ ପରିଶରଭୁକ୍ତ କରିଛି ପୁଲିସ । ସେହିପରି ବ୍ୟାଙ୍କର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ବିବରଣୀ ମଧ୍ୟ ପୁଲିସ ଯାଞ୍ଚ କରୁଛି । ବ୍ୟାଙ୍କରେ କେଉଁ ସମୟରେ ଗହଳି ହୁଏ ଏବଂ କେତେ ଟଙ୍କାର କାରବାର ହୁଏ ସେନେଇ ଡକାୟତୀମାନେ ପୂର୍ବରୁ ଜାଣିଥିବା ସନ୍ଦେହ କରାଯାଉଛି । ଜନଗହଳୀପୂର୍ଣ୍ଣ କଟକ ସହରର ଏପରି ଏକ ବଡ଼ ଧରଣର ଡକାୟତୀ ପୁଲିସ ସୁରକ୍ଷା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।












Click it and Unblock the Notifications