Get Updates
Get notified of breaking news, exclusive insights, and must-see stories!

ସାର୍ ନା ସଇତାନ ? ଛାତ୍ରଙ୍କ ସହ ବଳପୂର୍ବକ ରଖୁଥିଲେ ଯୌନ ସମ୍ପର୍କ

ଜଣେ 12 ବର୍ଷର ନାବାଳକ ସହ ଟ୍ୟୁସନ ସାର୍ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ ହୋଇଛି

ଭୁବନେଶ୍ୱର : ଜଣେ 12 ବର୍ଷର ନାବାଳକ ସହ ଟ୍ୟୁସନ ସାର୍ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରପୁର ଥାନା ପୁଲିସ ଉକ୍ତ ଅଭିଯୋଗରେ ସଂପୃକ୍ତ ସାରଙ୍କୁ ଥାନାରେ ଅଟକ ରଖିଛି । ଅଭିଯୋଗକୁ ଆଧାର କରି ପୁଲିସ ପକ୍ସୋ ଆକ୍ଟରେ ମାମଲା ରୁଜୁ କରିବା ସହିତ ଛାତ୍ରଙ୍କ ଡାକ୍ତରୀ ମାଇନା କରି ବୟାନ ରେକର୍ଡ କରିଛି । ଅଟକ ଥିବା ଟ୍ୟୁସନ ସାର ଜଣଙ୍କ ଜିନେସ୍ ଲିମା ବୋଲି ଜଣାପଡିଛି ।
ପୁଲିସ ସୂଚନା ଅନୁଯାୟୀ 12 ବର୍ଷୀୟ ଏହି ନାବାଳକ ଛାତ୍ର ଜଣଙ୍କ ସବୁଦିନ ପରି ଗତକାଲି ରାତିରେ ପଣ୍ଡା ପାର୍କ ବସ୍ତିରେ ରହୁଥିବା ଜିନେସଙ୍କ ପାଖକୁ ଟ୍ୟୁସନ ଯାଇଥିଲେ । କେହି ନଥିବାର ସୁଯୋଗ ନେଇ ଜିନେସ ଛାତ୍ରଙ୍କ ସହ ବଳପୂର୍ବକ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ।

କମିଶନରେଟ୍ ପୋଲିସ

ତେବେ କୌଶଳ କ୍ରମେ ଛାତ୍ର ଜଣଙ୍କ ସେଠାରୁ ଖସି ଆସି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ଜିନେସଙ୍କୁ ଏ ବିଷୟରେ ପଚାରିବାରୁ ସେ ଗାଳିଗୁଲଜ କରିଥିଲେ ବୋଲି ସେମାନେ ଅଭିଯୋଗ କରୁଛନ୍ତି । ନାବାଳକ ଜଣଙ୍କ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ଜିନେସଙ୍କ ପାଖକୁ ଟ୍ୟୁସନ ହେବାକୁ ଯାଉଥିଲେ । ତେବେ ସାରଙ୍କ ଉକ୍ତ କାରନାମା ଜଣାପଡିବା ପରେ ଉକ୍ତ ପୀଡିତ ଛାତ୍ରଙ୍କ ମା ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+