For Quick Alerts
Turn On Notification  
For Daily Alerts
Oneindia App Download

ସାର୍ ନା ସଇତାନ ? ଛାତ୍ରଙ୍କ ସହ ବଳପୂର୍ବକ ରଖୁଥିଲେ ଯୌନ ସମ୍ପର୍କ

ଜଣେ 12 ବର୍ଷର ନାବାଳକ ସହ ଟ୍ୟୁସନ ସାର୍ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ ହୋଇଛି

|

ଭୁବନେଶ୍ୱର : ଜଣେ 12 ବର୍ଷର ନାବାଳକ ସହ ଟ୍ୟୁସନ ସାର୍ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରପୁର ଥାନା ପୁଲିସ ଉକ୍ତ ଅଭିଯୋଗରେ ସଂପୃକ୍ତ ସାରଙ୍କୁ ଥାନାରେ ଅଟକ ରଖିଛି । ଅଭିଯୋଗକୁ ଆଧାର କରି ପୁଲିସ ପକ୍ସୋ ଆକ୍ଟରେ ମାମଲା ରୁଜୁ କରିବା ସହିତ ଛାତ୍ରଙ୍କ ଡାକ୍ତରୀ ମାଇନା କରି ବୟାନ ରେକର୍ଡ କରିଛି । ଅଟକ ଥିବା ଟ୍ୟୁସନ ସାର ଜଣଙ୍କ ଜିନେସ୍ ଲିମା ବୋଲି ଜଣାପଡିଛି ।
ପୁଲିସ ସୂଚନା ଅନୁଯାୟୀ 12 ବର୍ଷୀୟ ଏହି ନାବାଳକ ଛାତ୍ର ଜଣଙ୍କ ସବୁଦିନ ପରି ଗତକାଲି ରାତିରେ ପଣ୍ଡା ପାର୍କ ବସ୍ତିରେ ରହୁଥିବା ଜିନେସଙ୍କ ପାଖକୁ ଟ୍ୟୁସନ ଯାଇଥିଲେ । କେହି ନଥିବାର ସୁଯୋଗ ନେଇ ଜିନେସ ଛାତ୍ରଙ୍କ ସହ ବଳପୂର୍ବକ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ।

କମିଶନରେଟ୍ ପୋଲିସ

ତେବେ କୌଶଳ କ୍ରମେ ଛାତ୍ର ଜଣଙ୍କ ସେଠାରୁ ଖସି ଆସି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ଜିନେସଙ୍କୁ ଏ ବିଷୟରେ ପଚାରିବାରୁ ସେ ଗାଳିଗୁଲଜ କରିଥିଲେ ବୋଲି ସେମାନେ ଅଭିଯୋଗ କରୁଛନ୍ତି । ନାବାଳକ ଜଣଙ୍କ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ଜିନେସଙ୍କ ପାଖକୁ ଟ୍ୟୁସନ ହେବାକୁ ଯାଉଥିଲେ । ତେବେ ସାରଙ୍କ ଉକ୍ତ କାରନାମା ଜଣାପଡିବା ପରେ ଉକ୍ତ ପୀଡିତ ଛାତ୍ରଙ୍କ ମା ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tuition Teacher Involved in sexually Harassing a 12 Year Old Boy Detained by Commissionerate Police
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X