ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର୍ ଟ୍ୟୁସନ୍ ସାର୍
ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର୍ ଟ୍ୟୁସନ୍ ସାର୍ । ଏପରି ଲଜ୍ଜାଜନକ ଘଟଣା ଖୋଦ ରାଜଧାନୀ ଘଟିଛି । ବଡ଼ଗଡ଼ ଥାନା ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ ।
ଭୁବନେଶ୍ୱର: ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର୍ ଟ୍ୟୁସନ୍ ସାର୍ । ଏପରି ଲଜ୍ଜାଜନକ ଘଟଣା ଖୋଦ ରାଜଧାନୀ ଘଟିଛି । ବଡ଼ଗଡ଼ ଥାନା ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୋପାଳକୃଷ୍ଣ ବାଡ଼ତିୟା ନାମକ ବ୍ୟକ୍ତି ୨ ନାବାଳିକା ଝିଅଙ୍କୁ ଟ୍ୟୁସନ୍ କରୁଥିଲେ। ହେଲେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଟ୍ୟୁସନ୍ କରିବାରୁ ଆମର ସନ୍ଦେହ ବଢ଼ିଥିଲା । ଏହାକୁ ନେଇ ଆପତ୍ତି ଉଠାଇବାରୁ ଟ୍ୟୁସନ୍ ସାର୍ ରାଗି ଯାଇଥିଲେ । ଏପରିକି ୨ ଝିଅଙ୍କୁ ନେଇଯିବାର ଧମକ ବି ଦେଇଥିଲେ ।
ଏହାପରେ ଗତ ରବିବାର ଘରେ ଏକ ଚିଠି ଲେଖି ୨ ନାବାଳିକା ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ତେବେ ଟ୍ୟୁସନ ସାର୍ ଗୋପାଳକୃଷ୍ଣ ବାଡ଼ତିୟା ଛାତ୍ରୀ ଦୁଇଜଣଙ୍କୁ ନେଇ ଯାଇଥିବା ବଡଗଡ଼ ଥାନାରେ ଅଭିଯୋଗ । ଭୁବନେଶ୍ୱର ବଡଗଡର ଭାରତୀ ପରିଡାଙ୍କ ୨ ନାବାଳିକା ଝିଅ ନିଖୋଜ ଅଛନ୍ତି ।
ଏନେଇ ବଡଗଡ ଥାନାରେ ଅଭିଯୋଗ ହୋଇଥିବାବେଳେ ଏପର୍ଯ୍ୟନ୍ତ ନାବାଳିକାଙ୍କ ପତ୍ତା ମିଳିପାରିନାହିଁ । ଆଜି ଥାନାକୁ ଅଭିଭାବକ ଓ ବହୁ ମହିଳା ଆସି ଅଭିଯୋଗ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।












Click it and Unblock the Notifications