ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ବର ପିତାଙ୍କ ସମେତ ଦୁଇ ମୃତ
ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଚାଉଳ ବୋଝେଇ ଟ୍ରକ । ଫଳରେ ଘଟଣାସ୍ଥଳରେ ବର ପିତାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ମାଲକାନଗିରି: ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଚାଉଳ ବୋଝେଇ ଟ୍ରକ । ଫଳରେ ଘଟଣାସ୍ଥଳରେ ବର ପିତାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି। ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିବା ଟ୍ରକ୍ ଚାଳକ ନିଶାସକ୍ତ ଥିବା ଅଭିଯୋଗ ହୋଇଛି।

ପାଣ୍ଡ୍ରିପାଣି ଗାଁ ନିକଟରେ ବାହାଘର ଚାଲିଥିବାବେଳେ ବରଯାତ୍ରୀ ପଟୁଆରରେ ଯାଉଥିଲେ । ଠିକ ଏହି ସମୟରେ ରାସ୍ତାରେ ଏକ ଟ୍ରକ ଯାଉଥିଲା । ଏବଂ ରାସ୍ତା ପାର୍ଶ୍ୱରେ ପଟୁଆରରେ ଯାଉଥିବା ବରଯାତ୍ରୀଙ୍କ ଉପରକୁ ଏହି ଟ୍ରକଟି ମାଡ଼ି ଯାଇଥିଲା । ସେପଟେ ଟ୍ରକ ଡ୍ରାଇଭରକୁ ଅଟକ ରଖି ନିର୍ଧୁମ ମାଡ଼ ମାରିଛନ୍ତି ଗାଁ ଲୋକେ । ଖବର ଅନୁଯାୟୀ ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁଙ୍କ ପୁଅର ବାହାଘର ପାଇଁ ଯାଉଥିଲେ ବରଯାତ୍ରୀ । ଏହି ଦୁର୍ଘଟଣାରେ ଖୋଦ ବରର ପିତା ଅର୍ଥାତ ପାଣ୍ଡ୍ରିପାଣି ସରପଞ୍ଚଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।












Click it and Unblock the Notifications