ସଇତାନ ପୁଅ: କ୍ରାଇମ୍ ସିନ୍ ଦେଖି କଲା ହତ୍ୟା, ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣିଲା ନାବାଳକ
ସଇତାନ ପୁଅ: କ୍ରାଇମ୍ ସିନ୍ ଦେଖି କଲା ହତ୍ୟା, ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣିଲା ନାବାଳକ
ତ୍ରିପୁରା: ତ୍ରିପୁରା ଦଲାଇ ଜିଲ୍ଲାର ଏକ ଦୁର୍ଗମ ଗାଁରେ ଜଣେ ୧୭ ବର୍ଷର ନାବାଳକ ଏକ ଜଘନ୍ୟ ଘଟଣା କରିଛି ଯାହା ଆପଣଙ୍କୁ ଚକିତ କରିଦେବ । ବାଳକଟି ନିଜ ପରିବାରର ୪ ସଦସ୍ୟଙ୍କୁ ରାତିରେ ଟାଙ୍ଗିଆରେ ହାଣି ହତ୍ୟା କରି ସମସ୍ତ ଶବକୁ ପୋତି ଦେଇଥିବା ଅଭିଯୋଗ ହୋଇଛି । ହତ୍ୟା ମାମଲାରେ ପୋଲିସ ରବିବାର ଦିନ ନାବାଳକକୁ ଗିରଫ କରିଛି ଏବଂ ବର୍ତ୍ତମାନ ତାକୁ ପଚରାଉଚରା କରାଯାଉଛି । ହେଲେ ସେ ଏପରି ଅପରାଧ କରିବା ପଛର କାରଣ ଏ ପର୍ଯ୍ୟନ୍ତ ପୋଲିସକୁ କହି ନାହିଁ ।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ନାବାଳକ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିଭି ଦେଖୁଥିଲା। ଏହା ପରେ ସେ ନିଜ ଘରେ ଜୋର ରେ ଗୀତ ବଜାଇବା ଆରମ୍ଭ କରିଥିଲା । ପରେ ସେ ଘରେ ରଖାଯାଇଥିବା ଏକ ଟାଙ୍ଗିଆରେ ଘରେ ଶୋଇଥିବା ତା ଜେଜେବାପା, ମା, ନାବାଳିକା ଭଉଣୀ ଏବଂ ମାଉସୀଙ୍କୁ ହତ୍ୟା କରିଥିଲା । ତା'ପରେ ସମସ୍ତ ମୃତଦେହକୁ ସକାଳ ହେବା ପୂର୍ବରୁ ହିଁ ନିକଟସ୍ଥ କୂଅରେ ଫିଙ୍ଗି ଦେଇଥିଲା । ରବିବାର ସକାଳେ ଅଭିଯୁକ୍ତ ନାବାଳକକୁ ନିକଟସ୍ଥ ବଜାରରୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ଡକ୍ଟର ରମେଶ ଚନ୍ଦ୍ର ଯାଦବ ।
ତ୍ରିପୁରା ପୋଲିସର ସୂଚନା ଅନୁସାରେ, " ନାବାଳକ ନିଜ ପରିବାରର ୪ ସଦସ୍ୟଙ୍କୁ ନୃଶଂସ ଭାବେ ହତ୍ୟା କରିଛି । ଯାହା ସତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଘଟଣାର କିଛି ଘଣ୍ଟା ମଧ୍ୟରେ ପୋଲିସ ତୁରନ୍ତ ନାବାଳକକୁ ଗିରଫ କରିବାରେ ସଫଳ ହୋଇଛି । ବର୍ତ୍ତମାନ ହତ୍ୟା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ପୋଲିସର ସୂଚନା ଅନୁସାରେ, ଅଭୁଯୁକ୍ତର ବାପା ଘରେ ରକ୍ତ ଦେଖି ପଚାରିବାରୁ ନାବାଳକଟି କହିଥିଲା ଯେ ସେ ସମସ୍ତଙ୍କର ହତ୍ୟା କରି ମୃତଦେହ କୂଅରେ ଫିଙ୍ଗି ଦେଇଛି ।
କ୍ରାଇମ୍ ସିନ୍ ଦେଖିବାକୁ ପସନ୍ଦ କରୁଥିଲା ନାବାଳକ, ଘରେ କରିଥିଲା ଚୋରି ।
ସ୍ଥାନୀୟ ଲୋକ କହିଛନ୍ତି ଯେ ଅଭିଯୁକ୍ତ ନାବାଳକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟେଲିଭିଜନ୍ ଦେଖୁଥିଲା ଏବଂ ସେ କ୍ରାଇମ ଶୋ' ଅଧିକ ଦେଖିବା ପାଇଁ ପସନ୍ଦ କରୁଥିଲା । ପ୍ରାୟତଃ ସେ ଅଧିକାଶଂ ସମୟରେ କ୍ରାଇମ୍ ଧାରାବାହିକ ହିଁ ଦେଖିଥିଲା । ବରିଷ୍ଠ ପୋଲିସ ଅଧିକାରୀ ଡକ୍ଟର ଯାଦବ କହିଛନ୍ତି ଯେ ଅଭିଯୁକ୍ତ ପୂର୍ବରୁ ନିଜ ଘରେ ଚୋରି କରିଥିଲା । ସେ ଆହୁରି କହିଛନ୍ତି ଯେ, ପରିବାର ସଦସ୍ୟଙ୍କ ଚିତ୍କାର ନ ଶୁଭିବା ପାଇଁ ହତ୍ୟା କରିବା ସମୟରେ ସେ ଟିଭିର ଭଲ୍ୟୁମ ବଢାଇ ଦେଇଥିଲା । ମୃତଦେହ କୂଅରୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ପୋଲିସ ।












Click it and Unblock the Notifications