ମଥୁରା ଷ୍ଟେସନରୁ ଚୋରି ଶିଶୁ ବିଜେପି ନେତାଙ୍କ ଘରୁ ଉଦ୍ଧାର
ମଥୁରା ଷ୍ଟେସନରୁ ଚୋରି ହୋଇଥିବା ପିଲା ଜଣେ ବିଜେପି ନେତାଙ୍କ ଘରୁ ଉଦ୍ଧାର କରାଯାଇଛି। ଏହି 7 ମାସର ଶିଶୁକୁ ଘଟଣାସ୍ଥଳରୁ 100 କିଲୋମିଟର ଦୂର ଫିରୋଜାବାଦରୁ ଜଣେ ବିଜେପି କର୍ପୋରେଟରଙ୍କ ଘରୁ ଉଦ୍ଧାର କରାଯାଇଛି ।
ଲକ୍ଷ୍ନୌ: ମଥୁରା ଷ୍ଟେସନରୁ ଚୋରି ହୋଇଥିବା ପିଲା ଜଣେ ବିଜେପି ନେତାଙ୍କ ଘରୁ ଉଦ୍ଧାର କରାଯାଇଛି। ଏହି 7 ମାସର ଶିଶୁକୁ ଘଟଣାସ୍ଥଳରୁ 100 କିଲୋମିଟର ଦୂର ଫିରୋଜାବାଦରୁ ଜଣେ ବିଜେପି କର୍ପୋରେଟରଙ୍କ ଘରୁ ଉଦ୍ଧାର କରାଯାଇଛି । ପୋଲିସ ଏକ ପିଲାଚୋରି ଓ ରାକେଟର ପର୍ଦ୍ଦାଫାଶ କରିଛି ।

ବିଜେପିର ବିନୀତା ଅଗ୍ରୱାଲ ଏବଂ ତାଙ୍କ ସ୍ୱାମୀ କଥିତ ରୂପେ ଏହି ଶିଶୁଟିକୁ ଦୁଇ ଡାକ୍ତରଙ୍କ ଠାରୁ 1.8ଲକ୍ଷ ଟଙ୍କାରେ କିଣିଥିଲେ । ଏହି ଘଟଣାରେ ବର୍ତ୍ତମାନ 8 ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଦମ୍ପତ୍ତିଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଥିଲା , ତେଣୁ ଏମାନେ ପୁତ୍ର ସନ୍ତାନ ଚାହୁଁଥିଲେ। ତେଣୁ ଏହି ପିଲାକୁ କିଣିଥିବା କୁହାଯାଉଛି।
ମଥୁରାରେ ରେଲୱେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶିଶୁକୁ ତାର ଜନ୍ମକଲା ମାଆକୁ ହସ୍ତାନ୍ତର କରାଯାଇଛି । ଏହାସହ ଗିରଫ ଡାକ୍ତରଙ୍କ ଠାରୁ ପ୍ରଚୁର ପରିମାଣର ଟଙ୍କା ଜବତ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ମାନବ ଚାଳନାରେ ସାମିଲ ଏକ ଗ୍ୟାଙ୍ଗ ଦ୍ୱାରା ଏହି ଶିଶୁକୁ ଅପହରଣ କରାଯାଇଥିଲା।












Click it and Unblock the Notifications