ଆଜି ଗୋବିନ୍ଦ ସାହୁଙ୍କର ହେବ ଫୋଷ୍ଟମର୍ଟମ୍, ଶବ ବ୍ୟବଚ୍ଛେଦର କରାଯିବ ଭିଡିଓ ରେକର୍ଡିଂ
ଆଜି ଗୋବିନ୍ଦ ସାହୁଙ୍କର ହେବ ଫୋଷ୍ଟମର୍ଟମ୍, ଶବ ବ୍ୟବଚ୍ଛେଦର ହେବ ଭିଡିଓ ରେକର୍ଡିଂ
ବଲାଙ୍ଗୀର: ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ମାମଲା । ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ଗୋବିନ୍ଦ ସାହୁଙ୍କର ଫୋଷ୍ଟମର୍ଟମ୍ । ମେଡିକାଲ ଏଫଏମଟି ବିଭାଗର ୩ ଜଣ ବିଶେଷଜ୍ଞ ଶବ ବ୍ୟବଚ୍ଛେଦ କରିବେ । ପୋଷ୍ଟ ମୋର୍ଟମର ଭିଡିଓଗ୍ରାଫି ହେବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

ସେପଟେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ କଣ୍ଟାବାଞ୍ଜି ଜେଲ୍ ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି । ସୂଚନା ଅନୁସାରେ, ଗତକାଲି କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରାୟ ୭ ଘଣ୍ଟା କାଳ ଗୋବିନ୍ଦଙ୍କ ମର ଶରୀର ପଡିରହିଥିଲା ।
ଅନ୍ୟପକ୍ଷରେ ଗୋବିନ୍ଦଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଶେଷଥର ପାଇଁ ସେ ସୋମବାର ରାତି ୧୧ ଟାରେ ଘରକୁ ଫୋନ କରି କଥା ହୋଇଥିଲେ । ଜେଲ୍ ଭିତରେ କେମିତି କିଏ ଆତ୍ମହତ୍ୟା କରିପାରିବେ । ଏହି ମାମଲାରେ ଉପଯୁକ୍ତ ତଦନ୍ତ କରାଯାଉ ଏବଂ ମୋ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ ସୁଷମା ସାହୁ । ଏହା ସହ ସେ ସିବିଆଇ ତଦନ୍ତ ହେଉ ବୋଲି ମଧ୍ୟ ଦାବି କରିଛନ୍ତି ।












Click it and Unblock the Notifications