For Quick Alerts
Turn On Notification  
For Daily Alerts
Oneindia App Download

ବିଜେବି ଛାତ୍ରୀ ଆତ୍ମହତ୍ୟା ମାମଲା: ଜେରା ହେଲେଣି ଶହେ ଜଣ; ୪ ଦିନ ବିତିଲା, ହେଲେ ମିଳୁ ନାହାଁନ୍ତି ୩ ସିନିୟର

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ୪ ଦିନ ବିତି ସାରିଲାଣି । ହେଲେ ମିଳୁ ନାହାଁନ୍ତି ସୁଇସାଇଡ ନୋଟରେ ଉଲ୍ଲଖଥିବା ସେହି ୩ ସିନିୟରଙ୍କ ପତ୍ତା । କୁଆଡେ ଗଲେ ସେହି ୩ ସିନିୟର ? କଣ ମର୍ତ୍ତ୍ୟ ମଣ୍ଡଳରୁ ଉଭାନ ହୋଇଗଲେ କି ?

|

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ୪ ଦିନ ବିତି ସାରିଲାଣି । ହେଲେ ମିଳୁ ନାହାଁନ୍ତି ସୁଇସାଇଡ ନୋଟରେ ଉଲ୍ଲଖଥିବା ସେହି ୩ ସିନିୟରଙ୍କ ପତ୍ତା । କୁଆଡେ ଗଲେ ସେହି ୩ ସିନିୟର ? କଣ ମର୍ତ୍ତ୍ୟ ମଣ୍ଡଳରୁ ଉଭାନ ହୋଇଗଲେ କି ?

BJB College Student Suicide Case

ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସେହି ୩ ସିନିୟର ଛାତ୍ରୀ ଦାୟୀ ବୋଲି ପରିବାରର ବାରମ୍ବାର ଅଭିଯୋଗ ପରେ ବି କାହିଁକି ସାମନାକୁ ଆସିପାରୁନି ସେମାନଙ୍କ ପରିଚୟ ? ଯାହାକୁ ନେଇ ପରିବାର ଓ ବିଭିନ୍ନ ଛାତ୍ରଛାତ୍ରୀ ସଙ୍ଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ରାଗିଂ କରୁଥିବା ୩ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ତେଣେ ଅଭିଯୁକ୍ତଙ୍କୁ ପୋଲିସ ନ ଧରିବା ପର୍ଯ୍ୟନ୍ତ ଓ ରୁଚିକାଙ୍କୁ ନ୍ୟାୟ ନ ମିଳିବା ଯାଏଁ କଲେଜ ମୁଖ୍ୟ ଫାଟକ ଆଗରେ ଅହୋରାତ୍ର ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବିଭିନ୍ନ ଛାତ୍ର ସଂଗଠନ ସଦସ୍ୟ । ଏପଟେ ଭୁବନେଶ୍ୱର ଡିସିପି କହିଛନ୍ତି, ମାମଲାରେ ଏବେ ବି ଖୋଳତାଡ଼ ଚାଲିଛି, ସବୁ ପକ୍ଷ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି । ୟା ଭିତରେ ଶହେରୁ ଅଧିକ ଲୋକଙ୍କ ବୟାନ ରେକର୍ଡ ସରିଛି । ଆଗକୁ ମାମଲାରେ କିଛି ଠୋସ୍ ପ୍ରମାଣ ମିଳିବା ନେଇ ଆଶା କରାଯାଉଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ସେପଟେ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ସାରା ରାଜ୍ୟକୁ ବ୍ୟାପିଛି ରାଗିଂ ବିରୋଧୀ ସ୍ୱର । ସରକାର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆଣ୍ଟିଂ ରାଗିଂ ନିୟମକୁ ଠିକ ଭାବେ କାର୍ଯ୍ୟକ୍ଷମ କରିବା ସହ ରାଗିଂ ରୋକିବାକୁ ହେଲପଲାଇନ୍ ନମ୍ବର କାର୍ଯ୍ୟକାରୀ କରିବାକୁ ଦାବି କରିଛି ବିଜେପି ଯୁବମୋର୍ଚ୍ଚା । ଏହି ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ ନହେଲେ ଦଳ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଚେତାବନୀ ଦେଇଛି । ଏହାରି ଭିତରେ ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଛାତ୍ରୀ ଜଣଙ୍କ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଅଧିକ ତଥ୍ୟ ପାଇଁ ତାଙ୍କ ଭିସେରା ନମୁନା ଲ୍ୟାବକୁ ପଠା ଯାଇଯାଇଥିବା ସୂଚନା ଦେଇଛି ପୋଲିସ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Three Seniors Still Missing in BJB College Student Suicide Case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X