ବିଜେବି ଛାତ୍ରୀ ଆତ୍ମହତ୍ୟା ମାମଲା: ଜେରା ହେଲେଣି ଶହେ ଜଣ; ୪ ଦିନ ବିତିଲା, ହେଲେ ମିଳୁ ନାହାଁନ୍ତି ୩ ସିନିୟର
ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ୪ ଦିନ ବିତି ସାରିଲାଣି । ହେଲେ ମିଳୁ ନାହାଁନ୍ତି ସୁଇସାଇଡ ନୋଟରେ ଉଲ୍ଲଖଥିବା ସେହି ୩ ସିନିୟରଙ୍କ ପତ୍ତା । କୁଆଡେ ଗଲେ ସେହି ୩ ସିନିୟର ? କଣ ମର୍ତ୍ତ୍ୟ ମଣ୍ଡଳରୁ ଉଭାନ ହୋଇଗଲେ କି ?
ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ୪ ଦିନ ବିତି ସାରିଲାଣି । ହେଲେ ମିଳୁ ନାହାଁନ୍ତି ସୁଇସାଇଡ ନୋଟରେ ଉଲ୍ଲଖଥିବା ସେହି ୩ ସିନିୟରଙ୍କ ପତ୍ତା । କୁଆଡେ ଗଲେ ସେହି ୩ ସିନିୟର ? କଣ ମର୍ତ୍ତ୍ୟ ମଣ୍ଡଳରୁ ଉଭାନ ହୋଇଗଲେ କି ?

ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସେହି ୩ ସିନିୟର ଛାତ୍ରୀ ଦାୟୀ ବୋଲି ପରିବାରର ବାରମ୍ବାର ଅଭିଯୋଗ ପରେ ବି କାହିଁକି ସାମନାକୁ ଆସିପାରୁନି ସେମାନଙ୍କ ପରିଚୟ ? ଯାହାକୁ ନେଇ ପରିବାର ଓ ବିଭିନ୍ନ ଛାତ୍ରଛାତ୍ରୀ ସଙ୍ଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ରାଗିଂ କରୁଥିବା ୩ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
ତେଣେ ଅଭିଯୁକ୍ତଙ୍କୁ ପୋଲିସ ନ ଧରିବା ପର୍ଯ୍ୟନ୍ତ ଓ ରୁଚିକାଙ୍କୁ ନ୍ୟାୟ ନ ମିଳିବା ଯାଏଁ କଲେଜ ମୁଖ୍ୟ ଫାଟକ ଆଗରେ ଅହୋରାତ୍ର ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବିଭିନ୍ନ ଛାତ୍ର ସଂଗଠନ ସଦସ୍ୟ । ଏପଟେ ଭୁବନେଶ୍ୱର ଡିସିପି କହିଛନ୍ତି, ମାମଲାରେ ଏବେ ବି ଖୋଳତାଡ଼ ଚାଲିଛି, ସବୁ ପକ୍ଷ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି । ୟା ଭିତରେ ଶହେରୁ ଅଧିକ ଲୋକଙ୍କ ବୟାନ ରେକର୍ଡ ସରିଛି । ଆଗକୁ ମାମଲାରେ କିଛି ଠୋସ୍ ପ୍ରମାଣ ମିଳିବା ନେଇ ଆଶା କରାଯାଉଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।
ସେପଟେ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ସାରା ରାଜ୍ୟକୁ ବ୍ୟାପିଛି ରାଗିଂ ବିରୋଧୀ ସ୍ୱର । ସରକାର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆଣ୍ଟିଂ ରାଗିଂ ନିୟମକୁ ଠିକ ଭାବେ କାର୍ଯ୍ୟକ୍ଷମ କରିବା ସହ ରାଗିଂ ରୋକିବାକୁ ହେଲପଲାଇନ୍ ନମ୍ବର କାର୍ଯ୍ୟକାରୀ କରିବାକୁ ଦାବି କରିଛି ବିଜେପି ଯୁବମୋର୍ଚ୍ଚା । ଏହି ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ ନହେଲେ ଦଳ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଚେତାବନୀ ଦେଇଛି । ଏହାରି ଭିତରେ ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଛାତ୍ରୀ ଜଣଙ୍କ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଅଧିକ ତଥ୍ୟ ପାଇଁ ତାଙ୍କ ଭିସେରା ନମୁନା ଲ୍ୟାବକୁ ପଠା ଯାଇଯାଇଥିବା ସୂଚନା ଦେଇଛି ପୋଲିସ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications