ଛତିଶଗଡ଼ରେ ଏନକାଉଣ୍ଟର : ତିନି ଜଣ ନକ୍ସଲ ନିହତ

ବାନଙ୍କ ଏନକାଉଣ୍ଟରରେ 3 ଜଣ ନକ୍ସଲ ନିହତ ହୋଇଛନ୍ତି ।

ଛତିଶଗଡ଼ : ଛତିଶଗଡରେ ଆଜି ଯବାନମାନଙ୍କୁ ବଡ ଧରଣର ସଫଳତା ମିଳିଛି । ଯବାନମାନଙ୍କ ଏନକାଉଣ୍ଟରରେ 3 ଜଣ ନକ୍ସଲ ନିହତ ହୋଇଛନ୍ତି । କାଙ୍କେର ଜିଲ୍ଲା ରାଓଘାଟ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ମୃତ ତିନି ଜଣ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି । ଗତକିଛି ଦିନ ଧରି ଉକ୍ତ ଅଞ୍ଚଳରେ କମ୍ପିଂ ଅପରେସନକୁ ଜୋରଦାର୍ କରାଯାଇଥିଲା ।

ନକ୍ସଲ

ଆଜି ନକ୍ସଲ ଓ ଯବାନ ମୁହାଁମୁହିଁ ହୋଇଥିଲେ । ଉଭୟପଟୁ ଗୁଳି ଫୁଟିଥିଲା । ନକ୍ସଲ ଓ ଯବାନଙ୍କ ଏହି ଗୁଳିବିନିମୟରେ ଜଣେ ମହିଳା ସମେତ ତିନି ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା । ତେବେ ନକ୍ସଲଙ୍କ ଗୁଳିରେ ଜଣେ ଯବାନ ଆହାତ ହୋଇଥିବା ଜଣାପଡିଛି । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି ଛତିଶଗଡ଼ ବସ୍ତର ଜିଲ୍ଲାର ଆଇଜି ପି.ସୁନ୍ଦରରାଜ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+