ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା- ମାମଲା ରୁଜୁ କଲେ OHRC
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ଏହି ମାମଲାରେ ଆଜି ରାଜ୍ୟ ମାନବାଧିକାର କମିଶନ (OHRC) ରିପୋର୍ଟ ତଲବ କରିଛନ୍ତି।
ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ଏହି ମାମଲାରେ ଆଜି ରାଜ୍ୟ ମାନବାଧିକାର କମିଶନ (OHRC) ରିପୋର୍ଟ ତଲବ କରିଛନ୍ତି। କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ମାଲକାନଗିରି ଏସ୍ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ମାର୍ଚ୍ଚ ୩୦ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଆଇନ୍ ଅଧିକାରୀ ଆଜି ଚିତ୍ରକୋଣ୍ଡାରେ ପହଞ୍ଚି ନାବାଳକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହାର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଗତ ୧୨ ତାରିଖରେ ଘଟିଥିବା ଏକ ଚୋରି ଘଟଣାରେ ପୋଲିସ ୪ ନାବାଳକଙ୍କୁ ଘରୁ ଉଠାଇ ଆଣି ହେପାଜତକୁ ନେଇଥିଲା ।

ଉଲ୍ଲେଖଥାଉ, ଗତ ୧୨ ତାରିଖରେ ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଗୋଟିଏ ଘରୁ ଚୋରି ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ୪ ଜଣ ନାବାଳକକୁ ଘରୁ ଉଠାଇ ଆଣି ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହଜାର କରିବା ପରିବର୍ତ୍ତେ ଥାନାରେ ୩ ଦିନ ଧରି ରଖି ବିଦ୍ୟୁତ ସକ୍ ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ନାବାଳକମାନଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।












Click it and Unblock the Notifications