Get Updates
Get notified of breaking news, exclusive insights, and must-see stories!

ସରିଲା ରିମାଣ୍ତ ଅବଧି, ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା

ସରିଲା ରିମାଣ୍ତ ଅବଧି, ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଭୁବନେଶ୍ୱର: ସରିଲା ଦ୍ୱିତୀୟ ରିମାଣ୍ତ ଅବଧି । ଆଜି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରିବ ଇଡି । ତେବେ ଆଉ ରିମାଣ୍ତରେ ଅଣାଯିବ ନାହିଁ ବୋଲି ସୂଚନା ରହିଛି । ତେବେ ଗତ ଗୁରୁବାର ଦିନ ଅର୍ଚ୍ଚନାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରିବା ପରେ ଗିରଫ କରିଥିଲା ଇଡି । ସେହିପରି ଶନିବାର ଦିନ ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଇଥିଲା । ଅନ୍ୟପଟେ ଖୁବ ଶିଘ୍ର ଏହି ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ କରାଯାଇ ପାରେ ବୋଲି ସୂଚନା ରହିଛି ।

Archana Nag

ସୂଚନାଥାଉ ଯେ, ଗତ ୬ ତାରିଖରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇଥିଲା। ବେଆଇନ୍‌ କାରବାରକୁ ନେଇ ଇଡି ଅଫିସରେ ତାଙ୍କୁ ଘନଘନ ଜେରା କରାଯାଇଥିଲା। ହେଲେ ଅର୍ଚ୍ଚନା ମୁହଁ ଖୋଲି ନଥିଲେ। ଜେରା ବେଳେ ସ୍ୱାସ୍ଥ୍ୟ ଖରାପ କହି ତଥ୍ୟ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ ଅର୍ଚ୍ଚନା । ହେଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଇଡିକୁ ଅନେକ ତଥ୍ୟ ଦେଇଥିବା ନେଇ ସୂଚନା ରହିଛି । ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ଇଡିକୁ ମିଳିପାରି ନାହିଁ ଫରେନସିକ୍ ରିପୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+