Get Updates
Get notified of breaking news, exclusive insights, and must-see stories!

ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ କଲା ପୋଲିସ୍

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ହେଲା ସିନ୍ ରିକ୍ରିଏସନ୍ । ଭୁବନେଶ୍ୱରର ନୟାପଲ୍ଲୀ N-1ରେ ହୋଇନି ଏହି ହାଇ ପ୍ରୋଫାଇଲ ଲୁଟର ସିନ୍ ରିକ୍ରିଏସନ । ଧରାପଡିଥିବା ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ କରିଛି ସ୍ପେଶାଲ ସ୍କ୍ୱାଡ୍ । କେମିତି ନିରଞ୍ଜନଙ୍କ ଘରେ ପଶିଲା, କେଉଁ ପଟେ ଆସିଲା, କିପରି ଲୁଟି ଚମ୍ପଟ ମାରିଲା ତାହାର ଡେମୋ ଦେଖାଉଛି ଲୁଟେରା ସ୍ପାଇଡର ।

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି କଳାକନା ବୁଲାଇଥିଲା ସ୍ପାଇଡର୍ ମ୍ୟାନ୍ ସତୀଶ । ସେ ଅଢ଼େଇ ଲକ୍ଷ ଟଙ୍କା ନଗଦ ଓ ୫୦ ଲକ୍ଷ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲା । ନିରଞ୍ଜନଙ୍କ ଘରୁ ଚୋରି କରିଥିବା ଚୋରକୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚାଲେଞ୍ଜ । କିନ୍ତୁ ସତୀଶ ପିନ୍ଧିଥିବା ରେଡିୟମ୍ ଜୋତା ହିଁ ଧରା ପକାଇଦେଲା ।

police recreate the scene with Spider satish

କାରଣ ନିରଞ୍ଜନଙ୍କ ଘରୁ ଚୋରି ପରେ ସେ ପ୍ରଥମେ ବରମୁଣ୍ଡା ଯାଇ ବସ୍ ଯୋଗେ ବିଜୟନଗରମ୍ ଖସି ପଳାଇଥିଲା । ଆଉ ପ୍ରତ୍ୟେକଟି ସିସିଟିଭି ଫୁଟେଜରେ ରେଡ଼ିୟମ୍ ଜୋତା ସହ ସାମ୍ନାକୁ ଆସୁଥିଲା ସତୀଶର ଚେହେରା । ଫେସ୍ ଏନହାନ୍ସ ଜରିଆରେ ପୋଲିସ୍ ତାକୁ ପିଛା କରୁଥିଲା।ଖୋଜୁଥିଲା ସତୀଶର ପୁରୁଣା କ୍ରାଇମ୍ ରେକର୍ଡ।ଏଥିପାଇଁ ୧୦ ହଜାର ଫୋନ୍ ଓ ୪ଶହ ସିସିଟିଭିର ଯାଞ୍ଚ, ୫୦ ହାର୍ଡକୋର୍ ଚୋରଙ୍କ ହିଷ୍ଟ୍ରିର ଅନୁଧ୍ୟାନ କରିଥିଲା ପୋଲିସ । ଆଉ କେରଳରୁ ତଥ୍ୟ ପାଇବା ପରେ କେରଳ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ ସତୀଶକୁ ଧରିବା ପାଇଁ ଜାଲ ବିଛାଇଥିଲା ସ୍ପେଶାଲ୍ ସ୍କ୍ବାଡ୍ ।

ଶେଷରେ ବିଶାଖାପାଟଣାର ଏକ ଗହଣା ଦୋକାନରୁ ସତୀଶକୁ ଧରିଥିଲା ପୋଲିସ । ୧୮ ଦିନର ଖୋଳତାଡ଼, ୪ଶହ ସିସିଟିଭିର ଯାଞ୍ଚ, ଓଡ଼ିଶା ସହ ୪ ରାଜ୍ୟରେ ଛାନଭିନ୍ ପରେ ଏହି ସ୍ପାଇଡର୍ ମ୍ୟାନକୁ ଧରିଥିଲା କମିଶନରେଟ୍ ପୋଲିସ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+