ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସାକ୍ଷୀ ଦେଲେ ଅରୁଣ ବୋଥ୍ରା
ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ନୂଆ ମୋଡ । ସାମ୍ନାକୁ ଆସିଛି ନୂଆ ତଥ୍ୟ । ପାଟଣାଗଡ ଏଡିଜେ କୋର୍ଟରେ ଆଇପିଏସ୍ ଅରୁଣ ବ୍ରୋଥାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ମାମଲାରେ ସାକ୍ଷୀ ଦେଲେ ଅରୁଣ ବ୍ରୋଥା । ବୋମା ବିସ୍ଫୋରଣରେ ନବବଧୂଙ୍କ ସ୍ୱାମୀ ଓ ଜେଜେମାଙ୍କ ହୋଇଥିଲା ମୃତ୍ୟୁ । ଘଟଣାର ତଦନ୍ତ କରୁଥିଲେ ଅରୁଣ ବ୍ରୋଥା । ୨୦୧୮ରେ ଘଟିଥିବା ମାମଲାରେ ନ୍ୟାୟ ଆଶାରେ ପରିବାର ।

ସୂଚନାଯୋଗ୍ୟ ଅଧ୍ୟାପକରୁ ଅପରାଧୀ ହୋଇଥିଲେ ପୁଞ୍ଜିଲାଲ। ସେ ପଠାଇଥିବା ପାର୍ସଲ ବୋମା ବସ୍ଫୋରଣରେ ପାଟଣାଗଡ଼ ଭୋଳାନାଥ ପଡାର ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ଆଉ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୌମ୍ୟଙ୍କ ପତ୍ନୀ। ଏହି ମାମଲାରେ ପୁଞ୍ଜିଲାଲ୍ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି।












Click it and Unblock the Notifications