ଶିକ୍ଷକଙ୍କ କଳା କାରନାମା: ଅଶ୍ଲୀଳ ଭିଡିଓ ଭାଇରାଲ
ଭଦ୍ରକ ଜିଲ୍ଲା ଚରମ୍ପା କୋଡାବାରୁଆ ୟୁଜିଏମଇ ସ୍କୁଲର ଶିକ୍ଷକଙ୍କ ନାଁରେ ଆସିଛି ସଂଙ୍ଗୀନ ଅଭିଯୋଗ । ଅଭିଯୋଗ ପରେ ସଂପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି ।
ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପା କୋଡାବାରୁଆ ୟୁଜିଏମଇ ସ୍କୁଲର ଶିକ୍ଷକଙ୍କ ନାଁରେ ଆସିଛି ସଂଙ୍ଗୀନ ଅଭିଯୋଗ । ଅଭିଯୋଗ ପରେ ସଂପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି ।

ସୂଚନା ଅନୁସାରେ, ଚରମ୍ପା କୋଡାବାରୁଆ ୟୁଜିଏମଇ ସ୍କୁଲର ଶିକ୍ଷକ ସପନ କୁମାର ମିଶ୍ର ଜଣେ ମହିଳାଙ୍କ ସହିତ ଅସଂଯତ ଅବସ୍ଥାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ଭାଇରଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ଶିକ୍ଷକ ଜଣକ ସ୍କୁଲରେ ପଢୁଥିବା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦଣ୍ଡିତ ମଧ୍ୟ ହୋଇଥିଲେ।
ଏହାକୁ ନେଇ ଶିକ୍ଷକ ଏବଂ ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିସହିତ ସଂପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର ନେଇ ଦାବି ହୋଇଛି।












Click it and Unblock the Notifications