ପୁଣି ଘରେ ତାଲା ପକାଇଲେ ତପସ୍ୱିନୀଙ୍କ ଶ୍ୱଶୁର ଘର ଲୋକ
କୋର୍ଟଙ୍କ ରାୟ କପି ଆସିବା ପରେ ପୁଣି ନୂଆ ମୋଡ଼ ନେଇଛି ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ପୁଣି ଘରେ ତାଲା ପକାଇଲେ ତପସ୍ୱିନୀଙ୍କ ଶ୍ୱଶୁର ଘର ଲୋକ ।
ବ୍ରହ୍ମପୁର: କୋର୍ଟଙ୍କ ରାୟ କପି ଆସିବା ପରେ ପୁଣି ନୂଆ ମୋଡ଼ ନେଇଛି ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ ମାମଲା। ପୁଣି ଘରେ ତାଲା ପକାଇଲେ ତପସ୍ୱିନୀଙ୍କ ଶ୍ୱଶୁର ଘର ଲୋକ ।

ସେପଟେ ଘରେ ରହିବା ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ବୋଲି କହିଲେ ସୁମିତଙ୍କ ଓକିଲ । କୋର୍ଟ କେବଳ ଡିମ୍ପଲଙ୍କୁ ମାସିକ 17ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୁମିତଙ୍କ ଓକିଲ । କିନ୍ତୁ ଶାଶୂଘରେ ରହିବାକୁ ନିର୍ଦ୍ଦେଶ ନଥିବା ତାଙ୍କ ଓକିଲ କହିଛନ୍ତି। ବ୍ରହ୍ମପୁର କୋର୍ଟଙ୍କ ରାୟ ଆସିବା ପରେ ବି ଗତ ଦୁଇ ଦିନ ଧରି ସୁମିତଙ୍କ ଘର ଗ୍ୟାରେଜ୍ ରୁମରେ ଅଛନ୍ତି ତପସ୍ୱିନୀ।
ଏବେ ଗ୍ରୀଲରେ ତାଲା ପକାଇଦେଇଛନ୍ତି ଶ୍ବଶୁର ଘର ଲୋକ । ଘର ଭିତରକୁ ଯାଇନପାରି ବାରଣ୍ଡାରେ କାନ୍ଦୁଛନ୍ତି ତପସ୍ୱିନୀ । ସମସ୍ତେ ତାଙ୍କୁ ଠକୁଥିବା ତପସ୍ୱିନୀ କାନ୍ଦିକାନ୍ଦି କହିଛନ୍ତି । ଏହା ସହିତ ଗୋଟେ ଝିଅର ଅଭିଷାପ ସୁମିତଙ୍କ ପରିବାର ଉପରେ ପଡିବ ବୋଲି ତପସ୍ୱିନୀ କହିଛନ୍ତି ।












Click it and Unblock the Notifications