For Quick Alerts
Turn On Notification  
For Daily Alerts
Oneindia App Download

ବିବାହ ଭୋଜି ଆଗ କୋଭିଡ ପଛ ? ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

ବିବାହ ଭୋଜି ଅଟକାଇବାକୁ ଯାଇ ତହସିଲଦାର ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି

|

ମୋହନା : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ରେକର୍ଡ ଭାଙ୍ଗୁଛି । ସରକାର ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ 14 ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ତେବେ ଏହି ଲକଡାଉନ ଭିତରେ ବିବାହକୁ ନେଇ କଟକଣା ଲଗାଯାଇଛି । ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ୍ ହାସିବାରେ ବିବାହ କାର୍ଯ୍ୟ କରାଯାଇ ପାରିବ ବୋଲି ଏଥିରେ କୁହାଯାଇଛି । ଅପରପକ୍ଷରେ ଏହାର ଖିଲାପ ମଧ୍ୟ ଦେଖିବାକୁ ମିଳିଛି । ନିୟମ ଉଲଙ୍ଘନ କରି ବିବାହ ଭୋଜି ଆୟୋଜନ କରିବା ଏବଂ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରିବା ତହସିଲଦାରଙ୍କ ପାଇଁ ମହଙ୍ଗା ପଡିଛି । ଗଜପତି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ଭୋଜି ଅଟକାଇବାକୁ ଯାଇ ତହସିଲଦାର ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ।

କରୋନା
ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗାଁରେ ଖ୍ରୀଷ୍ଟିୟାନ ସାହିରେ ଏକ ଭୋଜିର ଆୟୋଜନ ହୋଇଥିଲା । କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏକାଧିକ ଲୋକ ବିବାହ ଭୋଜିରେ ସାମିଲ ହୋଇଥିଲେ। ଖବର ପାଇ ଆର୍‌. ଉଦୟଗିରି ତହସିଲଦାର ଓ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଲୋକେ ଏହାକୁ ବିରୋଧ କରିବା ସହ ଟିମ୍ ଉପରେ ଆକ୍ରମଣ କରିଥିଲେ । ତେବେ ଘଟଣାସ୍ଥଳରୁ ତହସିଲଦାର କୌଶଳ କ୍ରମେ ଖସି ପଳାଇଥିଲେ । ମୁଣ୍ଡରେ ଆଘାତ ଲାଗି ଥିବାରୁ ସେ ଆର୍‌ ଉଦୟଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଘଟଣାକୁ ନେଇ ପୋଲିସ୍‌ ଏକ ମାମଲା ରୁଜୁ କରିଥିବା ବେଳେ ଆକ୍ରମଣକାରୀମାନେ ଫେରାର ଥିବା ଜଣାପଡ଼ିଛି ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tahsildar Beaten by People While Stopping Marriage Function Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X