ବିବାହ ଭୋଜି ଆଗ କୋଭିଡ ପଛ ? ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

ବିବାହ ଭୋଜି ଅଟକାଇବାକୁ ଯାଇ ତହସିଲଦାର ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି

ମୋହନା : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ରେକର୍ଡ ଭାଙ୍ଗୁଛି । ସରକାର ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ 14 ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ତେବେ ଏହି ଲକଡାଉନ ଭିତରେ ବିବାହକୁ ନେଇ କଟକଣା ଲଗାଯାଇଛି । ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ୍ ହାସିବାରେ ବିବାହ କାର୍ଯ୍ୟ କରାଯାଇ ପାରିବ ବୋଲି ଏଥିରେ କୁହାଯାଇଛି । ଅପରପକ୍ଷରେ ଏହାର ଖିଲାପ ମଧ୍ୟ ଦେଖିବାକୁ ମିଳିଛି । ନିୟମ ଉଲଙ୍ଘନ କରି ବିବାହ ଭୋଜି ଆୟୋଜନ କରିବା ଏବଂ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରିବା ତହସିଲଦାରଙ୍କ ପାଇଁ ମହଙ୍ଗା ପଡିଛି । ଗଜପତି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ଭୋଜି ଅଟକାଇବାକୁ ଯାଇ ତହସିଲଦାର ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ।

କରୋନା
ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗାଁରେ ଖ୍ରୀଷ୍ଟିୟାନ ସାହିରେ ଏକ ଭୋଜିର ଆୟୋଜନ ହୋଇଥିଲା । କୋଭିଡ୍‌ ନିୟମ ଉଲ୍ଲଂଘନ କରି ଏକାଧିକ ଲୋକ ବିବାହ ଭୋଜିରେ ସାମିଲ ହୋଇଥିଲେ। ଖବର ପାଇ ଆର୍‌. ଉଦୟଗିରି ତହସିଲଦାର ଓ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଲୋକେ ଏହାକୁ ବିରୋଧ କରିବା ସହ ଟିମ୍ ଉପରେ ଆକ୍ରମଣ କରିଥିଲେ । ତେବେ ଘଟଣାସ୍ଥଳରୁ ତହସିଲଦାର କୌଶଳ କ୍ରମେ ଖସି ପଳାଇଥିଲେ । ମୁଣ୍ଡରେ ଆଘାତ ଲାଗି ଥିବାରୁ ସେ ଆର୍‌ ଉଦୟଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଘଟଣାକୁ ନେଇ ପୋଲିସ୍‌ ଏକ ମାମଲା ରୁଜୁ କରିଥିବା ବେଳେ ଆକ୍ରମଣକାରୀମାନେ ଫେରାର ଥିବା ଜଣାପଡ଼ିଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+