ଶ୍ୱେତା ମୃତ୍ୟୁ ମାମଲା: କୁଆଡେ ଗଲେ ବୟଫ୍ରେଣ୍ଡ ସୌମ୍ୟଜିତ୍ ?
ସଫ୍ଟୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ କାହିଁକି ଆତ୍ମହତ୍ୟା କଲେ, ତାହା ଏବେ ରହସ୍ୟ ଘେରରେ ରହିଛି । ସେପଟେ ତାଙ୍କ ବୟଫ୍ରେଣ୍ଡ ୨୭ ବର୍ଷିୟ ସୌମ୍ୟଜିତ ମହାପାତ୍ରଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ପୋଲିସ ମାମଲା ରୁଜୁ କରିଛି ।
ଭୁବନେଶ୍ୱର: ସଫ୍ଟୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ କାହିଁକି ଆତ୍ମହତ୍ୟା କଲେ, ତାହା ଏବେ ରହସ୍ୟ ଘେରରେ ରହିଛି । ସେପଟେ ତାଙ୍କ ବୟଫ୍ରେଣ୍ଡ ୨୭ ବର୍ଷିୟ ସୌମ୍ୟଜିତ ମହାପାତ୍ରଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ପୋଲିସ ମାମଲା ରୁଜୁ କରିଛି । ସୌମ୍ୟଜିତଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିବା ବେଳେ ହାଜର ହେବା ପାଇଁ ସୌମ୍ୟଜିତଙ୍କୁ ନୋଟିସ କରିଛି। ହେଲେ ଏହାରି ଭିତରେ ସୌମ୍ୟଜିତ ଫେରାର ଥିବା ଚର୍ଚ୍ଚା ହେଉଛି । ତାଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସେପଟେ ୨୫ ବର୍ଷିୟା ଉଚ୍ଚ ଶିକ୍ଷିତା ଝିଅ ପାଇଁ ନ୍ୟାୟ ମାଗୁଛନ୍ତି ମାଆ । ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି ଶ୍ୱେତାଙ୍କ ମାଆ । ଝିଅ ଯିବାର ୬ ଦିନ ପରେ ଭିଡିଓ ମାଧ୍ୟମରେ ସୌମ୍ୟଜିତ୍ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆଜି ଶ୍ୱେତାଙ୍କ ମାଆ ଦାବି କରିଛନ୍ତି ।ସେପଟେ ସନ୍ଦେହ ବଢ଼ାଇଛି ସୌମ୍ୟଜିତଙ୍କ ସମ୍ବଲପୁରସ୍ଥିତ ଘର ଆଗର ସିସିଟିଭି ଫୁଟେଜ । ଯେଉଁଥିରେ ଗତକାଲି ରାତି ପ୍ରାୟ ୧୦ ଟା ୬ ମିନିଟରେ ସୌମ୍ୟଜିତଙ୍କ ଘରୁ ଜଣେ ମଟର ସାଇକେଲରେ ବାହାରୁଥିବାର ଦୃଶ୍ୟ ରହିଛି । ତେଣୁ ସୌମ୍ୟଜିତ ସମ୍ବଲପୁରସ୍ଥିତ ଘରେ ଅଛନ୍ତି ନା ଫେରାର ଅଛନ୍ତି ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।
ସେହିପରି ୧୮ ତାରିଖ ରାତିରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିଲେ ଶ୍ୱେତା । ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ସୌମ୍ୟଙ୍କୁ ଲଗାତର କଲ୍ କରିଚାଲିଥିଲେ ଶ୍ୱେତା। ହେଲେ ସୌମ୍ୟ, ଶ୍ୱେତାଙ୍କ କଲ୍ ରିସିଭ୍ କରିନଥିଲେ । ପୋଲିସ କହିଛି, ଶ୍ୱେତାଙ୍କ କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉଛି । ଘଟଣା ବାବଦରେ ଖୁବଶୀଘ୍ର ସୌମ୍ୟଜିତଙ୍କୁ ପଚରାଉଚରା କରାଯିବ । ଏଭଳି ସ୍ଥିତିରେ ସୌମ୍ୟଜିତ କେଉଁଠି ଅଛନ୍ତି, ସେନେଇ ପୋଲିସକୁ କୌଣସି ସୂଚନା ମିଳିପାରି ନାହିଁ ।
କୁହାଯାଉଛି, ଉଭୟ ଶ୍ୱେତା ଏବଂ ସୌମ୍ୟଜିତ୍ ପରସ୍ପରକୁ ଭଲ ପାଉଥିଲେ । ଏପରିକି କଥା ବିବାହ ଯାଏଁ ଯାଇଥିଲା । ତେବେ ମୃତ୍ୟୁ ପୂର୍ବରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହେଉଥିବାର ଏକ ଅଡିଓ କଲ୍ ସାମ୍ନାକୁ ଆସିଛି। ଯେଉଁଥିରେ ସୌମ୍ୟଜିତ ନିଜ ଜୀବନରୁ ଶ୍ୱେତାଙ୍କୁ ବାହାରିଯିବାକୁ କହୁଛନ୍ତି । ଏପରିକି ତାଙ୍କ ଘର ଲୋକଙ୍କୁ କଲ୍ ନକରିବାକୁ ବି ଶ୍ୱେତାଙ୍କୁ ତାଗିଦ୍ କରୁଥିବା ଶୁଣିବାକୁ ମିଳୁଛି ଏହି ଅଡ଼ିଓରେ । ଅନ୍ୟପଟେ ସୌମ୍ୟଜିତ କିମ୍ବା ତାଙ୍କ ପରିବାର ମୁହଁ ଖୋଲିଲେ ହିଁ ଏ ମାମଲାର ଆଉ ଏକ ଦିଗ ସାମ୍ନାକୁ ଆସିବ ।
ଉଲ୍ଲେଖଥାଉ କି, ଗତ ରବିବାର ଚନ୍ଦଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଞ୍ଚଳର ଏକ ଭଡା ଘରୁ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା । ୨୬ ବର୍ଷୀୟା ଶ୍ୱେତା ଉତ୍କଳ କୁମାରୀଙ୍କ ଘର ଭଦ୍ରକରେ ହୋଇଥିବା ବେଳେ ଭୁବନେଶ୍ୱରର ଏକ ନାମୀ କମ୍ପାନୀରେ ସେ କାମ କରୁଥିଲେ । ଆପାର୍ଟମେଣ୍ଟର ତିନି ଜଣ ସାଙ୍ଗଙ୍କ ସହ ଶ୍ୱେତା ରହୁଥିଲେ । ଜନ୍ମାଷ୍ଟମୀ ଥିବାରୁ ସମସ୍ତେ ଘରକୁ ଯାଇଥିବା ବେଳେ ଶ୍ୱେତା ରୁମରେ ଏକା ଥିଲେ । ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକ । ଏହା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାକୁ ଫୋନ କରି ଖବର ଦେଇଥିଲେ । ପୋଲିସ ଯାଇ ଦେଖିଲା ଘର ଭିତର ପଟୁ ବନ୍ଦ ଥିଲା । କବାଟ ଭାଙ୍ଗି ପୋଲିସ ତାଙ୍କ ଘରେ ପ୍ରବେଶ କରିବା ପରେ ଯୁବତୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications