ଆତ୍ମହତ୍ୟାର ଅଧ ଘଣ୍ଟା ପୂର୍ବରୁ ସୌମ୍ୟଙ୍କୁ ୧୫ ଥର କଲ କରିଥିଲେ ଶ୍ୱେତା

ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ୧୫ ଥର କଲ କରିଥିଲେ ଶ୍ୱେତା । ରାତି ୧ ଟା ୩୦ ପର୍ଯ୍ୟନ୍ତ ସୌମ୍ୟଙ୍କୁ ଶେଷ କଲ କରିଥିଲେ ଶ୍ୱେତା । କିନ୍ତୁ ଶ୍ଵେତାଙ୍କ କଲ ରିସିଭ କରିନଥିଲେ ସୌମ୍ୟଜିତ।

ଭୁବନେଶ୍ବର: ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା ଏବେ ଭିନ୍ନମୋଡ଼ ନେଇଛି। ଏହି ଆତ୍ମହତ୍ୟା ପଛରେ ତାଙ୍କ ପୁରୁଷବନ୍ଧୁଙ୍କ ହାତଥିବା ନେଇ ଶ୍ୱେତାଙ୍କ ପରିବାର ଲୋକେ ସୋମବାର ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ପୋଲିସ ହାତରେ ଲାଗିଛି ଶ୍ଵେତା ଉତ୍କଳ କୁମାରୀଙ୍କ ମୋବାଇଲ ସିଡ଼ିଆର ରିପୋର୍ଟ । ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ୧୫ ଥର କଲ କରିଥିଲେ ଶ୍ୱେତା । ରାତି ୧ ଟା ୩୦ ପର୍ଯ୍ୟନ୍ତ ସୌମ୍ୟଙ୍କୁ ଶେଷ କଲ କରିଥିଲେ ଶ୍ୱେତା । କିନ୍ତୁ ଶ୍ଵେତାଙ୍କ କଲ ରିସିଭ କରିନଥିଲେ ସୌମ୍ୟଜିତ ।

Sweta Suicide Case

ଅନ୍ୟପକ୍ଷେ, ସୌମ୍ୟଜିତ୍‌ଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ସୌମ୍ୟଜିତଙ୍କ ବିରୋଧରେ ପୋଲିସ୍‌ ୩୦୬ ଦଫାରେ ମାମଲା ରୁଜୁ କରିଛି । ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ସୌମ୍ୟଜିତଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛି । ଏହାସହ ସୌମ୍ୟଜିତଙ୍କୁ ନୋଟିସ କରିଛି ପୋଲିସ ।

ଉଲ୍ଲେଖଥାଉ କି, ଗତ ରବିବାର ଚନ୍ଦଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଞ୍ଚଳର ଏକ ଭଡା ଘରୁ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା । ୨୬ ବର୍ଷୀୟା ଶ୍ୱେତା ଉତ୍କଳ କୁମାରୀଙ୍କ ଘର ଭଦ୍ରକରେ ହୋଇଥିବା ବେଳେ ଭୁବନେଶ୍ୱରର ଏକ ନାମୀ କମ୍ପାନୀରେ ସେ କାମ କରୁଥିଲେ । ଆପାର୍ଟମେଣ୍ଟର ତିନି ଜଣ ସାଙ୍ଗଙ୍କ ସହ ଶ୍ୱେତା ରହୁଥିଲେ । ଜନ୍ମାଷ୍ଟମୀ ଥିବାରୁ ସମସ୍ତେ ଘରକୁ ଯାଇଥିବା ବେଳେ ଶ୍ୱେତା ରୁମରେ ଏକା ଥିଲେ । ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକ ।

ଏହା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାକୁ ଫୋନ କରି ଖବର ଦେଇଥିଲେ । ପୋଲିସ ଯାଇ ଦେଖିଲା ଘର ଭିତର ପଟୁ ବନ୍ଦ ଥିଲା । କବାଟ ଭାଙ୍ଗି ପୋଲିସ ତାଙ୍କ ଘରେ ପ୍ରବେଶ କରିବା ପରେ ଯୁବତୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+