ଶ୍ୱେତା ମୃତ୍ୟୁ ମାମଲା: ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ରାତିଅଧିଆ ଜେରା
କିଛି ଦିନର ବ୍ୟବଧାନ ପରେ ପୁଣି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ ଆସିଛି । ମୃତ୍ୟୁର ପ୍ରାୟ ମାସକ ପରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ପଚରାଉଚରା କରିଥିବା ଜଣାପଡିଛି ।
ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ ଆସିଛି । ମୃତ୍ୟୁର ପ୍ରାୟ ମାସକ ପରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ପଚରାଉଚରା କରିଥିବା ଜଣାପଡିଛି । ଏହି ମାମମଲାରେ ପୋଲିସ ଚାର୍ଜସିଟ୍ ଦାଖଲ କରିବାକୁ ଥିବାବେଳେ ଏହା ପୂର୍ବରୁ ସୌମ୍ୟଜିତଙ୍କୁ ପଚରାଉଚରା କରିଛି ।

ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ପୂର୍ବରୁ ଥାନାରେ ହାଜର ହେବାକୁ ସୌମ୍ୟଜିତଙ୍କୁ ଏକାଧିକ ଥର ନୋଟିସ୍ କରିଥିଲା । ସୌମ୍ୟ ଏହି ନୋଟିସର ଉତ୍ତର ରଖିନଥିଲେ କି ଥାନାରେ ହାଜର ହୋଇନଥିଲେ । ତାଙ୍କ ମୋବାଇଲ୍ ଫୋନ୍ ଦୀର୍ଘ ଏକ ସପ୍ତାହ ଧରି ସୁଇଚ୍ ଅଫ୍ ଥିଲା । ପୋଲିସ୍ ଶେଷରେ ତାଙ୍କ ସମ୍ପର୍କୀୟଙ୍କ ମୋବାଇଲ୍କୁ ଟ୍ରାକ୍ କରି ସୌମ୍ୟ ସମ୍ବଲପୁରରେ ଥିବା ଜାଣିବାକୁ ପାଇଥିଲା । ଏହାପରେ ପୋଲିସର ଏକ ଟିମ୍ ତାଙ୍କୁ ସମ୍ବଲପୁରରୁ ଧରି ରାତି ପ୍ରାୟ ୧୦ଟା ବେଳେ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିଥିଲା । ସୌମ୍ୟଜିତଙ୍କ ସହ ତାଙ୍କ ବାପା ଓ ସମ୍ପର୍କୀୟ ଭାଇ ମଧ୍ୟ ଥାନାକୁ ଆସିଥିବା ଜଣାପଡିଛି । ଶ୍ୱେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କ ବିରୋଧରେ ୩୦୬ ଦଫା ଲାଗିଛି ।
ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ । ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମୋଟମ ରିପୋର୍ଟରୁ ଜଣାପଡ଼ିଥିଲା । ତାଙ୍କ ଶରୀର ଅନ୍ୟ କେଉଁଠି କ୍ଷତ ଚିହ୍ନ ନଥିବା ସ୍ପଷ୍ଟ କରିଥିଲେ କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ । ଶ୍ୱେତାଙ୍କ ଫ୍ଲାଟରୁ ଜବତ ଫୋନ୍ ଏବଂ ଡାଏରୀକୁ ଧରି ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ ।












Click it and Unblock the Notifications