ଶ୍ୱେତା ମୃତ୍ୟୁ ମାମଲା: ଡାଏରୀ ଖୋଲୁଛି ଗୁମର
ସଫ୍ଟଓ୍ବେର ଇଂଜିନିୟର ଶ୍ବେତାଙ୍କ ଡାଏରୀର କିଛି ଫର୍ଦ୍ଦ ଖୋଲୁଛି ନୂଆ ଗୁମର। ଯେଉଁଥିରେ ସେ ସୌମ୍ୟଜିତଙ୍କ ସହ ନିବିଡ଼ ସଂପର୍କ ନେଇ ଲେଖିଛନ୍ତି। ସୌମ୍ୟ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରୁଥିବା ସେ ଲେଖିଛନ୍ତି। ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ସୌମ୍ୟଙ୍କ ସମ୍
ଭୁବନେଶ୍ୱର: ସଫ୍ଟଓ୍ବେର ଇଂଜିନିୟର ଶ୍ବେତାଙ୍କ ଡାଏରୀର କିଛି ଫର୍ଦ୍ଦ ଖୋଲୁଛି ନୂଆ ଗୁମର। ଯେଉଁଥିରେ ସେ ସୌମ୍ୟଜିତଙ୍କ ସହ ନିବିଡ଼ ସଂପର୍କ ନେଇ ଲେଖିଛନ୍ତି। ସୌମ୍ୟ ତାଙ୍କୁ ସ୍ତ୍ରୀ ରୂପେ ଗ୍ରହଣ କରୁଥିବା ସେ ଲେଖିଛନ୍ତି। ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ସୌମ୍ୟଙ୍କ ସମ୍ମାନ ବଢିଯାଇଛି । ତାଙ୍କ ସମ୍ପର୍କକୁ ଆଶୀର୍ବାଦ କରିବା ସହ ବଞ୍ଚାଇ ରଖିବାକୁ ସେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ସେପଟେ ଶ୍ୱେତାଙ୍କ ସାଙ୍ଗ କହିଛନ୍ତି ଯେ, XIMBରେ ଏମବିଏ କରିବାକୁ ଯିବା ପରେ ବଦଳି ଯାଇଥିଲା ସୌମ୍ୟଜିତ୍ଙ୍କ ରୁବାବ୍ । ଶ୍ୱେତାଙ୍କୁ ଆଭୋଏଡ୍ କରିବା ସହ ବିବାହ କରିବାକୁ ମନା କରୁଥିଲେ । ଶ୍ୱେତାଙ୍କ ଜଣେ ବନ୍ଧୁ କହିଛନ୍ତି, ଗତ ୬ ମାସ ହେଲା ସୌମ୍ୟଜିତଙ୍କ ସହ ଶ୍ୱେତାଙ୍କର ସମ୍ପର୍କ ଖରାପ ହୋଇଥିଲା । ସୌମ୍ୟଜିତ XIMBକୁ MBA ପାଇଁ ଗଲା ପରେ ଶ୍ୱେତାଙ୍କୁ ଅଣଦେଖା କରୁଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ହେଲେ ବିବାହ ପାଇଁ ଅଡ଼ି ବସିଥିଲେ ଶ୍ୱେତା । କାରଣ ସୌମ୍ୟଜିତ ପୂର୍ବରୁ ୩ ଜଣ ଝିଅଙ୍କୁ ଧୋକ୍କା ଦେଇଥିବା ଜାଣିପାରି ଥିଲେ ଶ୍ୱେତା ।
ସେପଟେ ଭୁବନେଶ୍ବର ଡିସିପିଙ୍କୁ ଭେଟିଛନ୍ତି ଶ୍ଵେତାଙ୍କ ପରିବାର। ତୁରନ୍ତ ସୌମ୍ୟଙ୍କୁ ଗିରଫ ଲାଗି ଦାବି କରିବା ସହ ଡିସିପିଙ୍କ ନିକଟରେ ଆଉ କିଛି ପ୍ରମାଣ ଦାଖଲ କରିଛନ୍ତି। ଏଥିସହ ସାଙ୍ଗମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି ପରିବାର ଲୋକେ। ହେଲେ ଏବେ ଯାଏଁ କିନ୍ତୁ ସୌମ୍ୟଜିତଙ୍କ ପରିବାର ଲୋକେ ଅଭିଯୋଗକୁ ନେଇ ମୁହଁ ଖୋଲି ନାହାନ୍ତି । ସୌମ୍ୟଜିତ କିମ୍ବା ତାଙ୍କ ପରିବାର ଲୋକେ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି ।












Click it and Unblock the Notifications