ସସପେନ୍ସରେ ଶ୍ୱେତାଙ୍କ ମୃତ୍ୟୁ! : ବୟଫ୍ରେଣ୍ଡ ବ୍ଲାକମେଲ କରୁଥିବା ଅଭିଯୋଗ
ରାଜଧାନୀରେ ମହିଳା ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ ଆସିଛି । ମୃତ୍ୟୁ ପଛରେ ପ୍ରେମ ଓ ପ୍ରତାରଣା ଘଟଣା ଥିବା ସାମ୍ନାକୁ ଆସିଛି । ବୟଫ୍ରେଣ୍ଡ ବ୍ଲାକମେଲ କରୁଥିବା କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଶ୍ୱେତାଙ୍କ ପରିବାର ଲୋକେ ।
ଭୁବନେଶ୍ୱର: ରାଜଧାନୀରେ ମହିଳା ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ ଆସିଛି । ମୃତ୍ୟୁ ପଛରେ ପ୍ରେମ ଓ ପ୍ରତାରଣା ଘଟଣା ଥିବା ସାମ୍ନାକୁ ଆସିଛି । ବୟଫ୍ରେଣ୍ଡ ବ୍ଲାକମେଲ କରୁଥିବା କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଶ୍ୱେତାଙ୍କ ପରିବାର ଲୋକେ ।

ଉଲ୍ଲେଖଥାଉ କି, ଗତକାଲି ଚନ୍ଦଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଞ୍ଚଳର ଏକ ଭଡା ଘରୁ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା । ୨୬ ବର୍ଷୀୟା ଶ୍ୱେତା ଉତ୍କଳ କୁମାରୀଙ୍କ ଘର ଭଦ୍ରକରେ ହୋଇଥିବା ବେଳେ ଭୁବନେଶ୍ୱରର ଏକ ନାମୀ କମ୍ପାନୀରେ ସେ କାମ କରୁଥିଲେ । ଆପାର୍ଟମେଣ୍ଟର ତିନି ଜଣ ସାଙ୍ଗଙ୍କ ସହ ଶ୍ୱେତା ରହୁଥିଲେ । ଜନ୍ମାଷ୍ଟମୀ ଥିବାରୁ ସମସ୍ତେ ଘରକୁ ଯାଇଥିବା ବେଳେ ଶ୍ୱେତା ରୁମରେ ଏକା ଥିଲେ । ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକ ।
ଏହା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାକୁ ଫୋନ କରି ଖବର ଦେଇଥିଲେ । ପୋଲିସ ଯାଇ ଦେଖିଲା ଘର ଭିତର ପଟୁ ବନ୍ଦ ଥିଲା । କବାଟ ଭାଙ୍ଗି ପୋଲିସ ତାଙ୍କ ଘରେ ପ୍ରବେଶ କରିବା ପରେ ଯୁବତୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।
ତାଙ୍କର ଏକ ଡାଏରୀ ଓ ମୋବାଇଲ ଫୋନକୁ ପୋଲିସ ଜବତ କରିଛି । ଶ୍ୱେତା ନିଜ ଡାଏରୀରେ ଉଲ୍ଲେଖ କରିଛନ୍ତି ଯେ, ନିଜ ପୁରୁଷ ବନ୍ଧୁଙ୍କୁ ବହୁତ ଭଲ ପାଉଥିଲେ । ଫଳରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ଏବେ ପୋଲିସ୍ ରାଡାରକୁ ଆସିଛନ୍ତି । ସଂପୃକ୍ତ ବୟଫ୍ରେଣ୍ଡକୁ ଡାକି ପଚରା ଉଚରା କରିପାରେ ପୋଲିସ । ସନ୍ଦିଗ୍ଧ ବୟଫ୍ରେଣ୍ଡ୍କୁ ପଚରା ଉଚରା କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିପାରେ ।












Click it and Unblock the Notifications