ଶ୍ୱେତା ମୃତ୍ୟୁ ମାମଲା: ଗିରଫ ଭୟରେ ସୌମ୍ୟଜିତଙ୍କ ଆଗୁଆ ଜାମିନ ଆବେଦନ
ପୁରୁଷବନ୍ଧୁ ସୌମ୍ୟଜିତ୍ ମହାପାତ୍ର ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିବା ପରେ ମାମଲା ଅଧିକ ଚର୍ଚ୍ଚିତ ହୋଇପଡ଼ିଛି । ପୋଲିସକୁ ତଦନ୍ତରେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇ ଥାନାରୁ ଯାଇଥିଲେ ସୌମ୍ୟଜିତ୍ ।
ଭୁବନେଶ୍ୱର: ସଫ୍ଟୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା କରିବାର ୮ ଦିନ ବିତିଗଲାଣି । ପୁରୁଷବନ୍ଧୁ ସୌମ୍ୟଜିତ୍ ମହାପାତ୍ର ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିବା ପରେ ମାମଲା ଅଧିକ ଚର୍ଚ୍ଚିତ ହୋଇପଡ଼ିଛି । ପୋଲିସକୁ ତଦନ୍ତରେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇ ଥାନାରୁ ଯାଇଥିଲେ ସୌମ୍ୟଜିତ୍ । ଏବେ ଗିରଫଦାରୀ ଏଡାଇବାକୁ ଏପରି ପଦକ୍ଷେପ ନେଇଥିବାରୁ ତାଙ୍କ ଉପରେ ସନ୍ଦେହ ବୃଦ୍ଧି ପାଇଛି ।

ଶ୍ୱେତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଥିଲେ। ପୋଲିସ ଆଇପିସି ଦଫା ୩୦୬ ଲଗାଇ ତଦନ୍ତକୁ ଜୋରଦାର କରିଥିଲେ ବି ଏ ଯାଏ ପୋଲିସ୍ ହାତ ଖାଲି । ଏସବୁ ଭିତରେ ଶ୍ୱେତାଙ୍କ ବାପା ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇ ତଦନ୍ତ ପାଇଁ ନିବେଦନ କରିଛନ୍ତି । ଶ୍ୱେତାଙ୍କ ବାପା ସୌମ୍ୟଜିତଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଗ୍ରହଣ କରି ପୋଲିସ ଅଭିଯୁକ୍ତ ସୌମ୍ୟଜିତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ପରେ ସୌମ୍ୟଜିତ୍ ଫେରାର ହୋଇଯାଇଥିବା କୁହାଯାଉଛି ।
ସେପଟେ ଶ୍ୱେତାଙ୍କ ଜଣେ ବନ୍ଧୁ ଗତକାଲି ଗଣମାଧ୍ୟମରେ ସାମ୍ନାକୁ ଆସି ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ପ୍ରତାରଣାର କାହାଣୀ ବଖାଣିଛନ୍ତି। ତାଙ୍କ କହିବା ଅନୁଯାୟୀ, "ଗତ ୬ ମାସ ଧରି ଶ୍ୱେତା ଓ ସୌମ୍ୟଜିତଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ଏମବିଏ କଲେଜରେ ଆଡମିଶନ ପରେ ସେ ଶ୍ୱେତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। ପୂର୍ବରୁ ସୌମ୍ୟଜିତ ୩ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଧୋକା ଦେଇଥିବା ଭଲ ଭାବେ ଜାଣିଥିଲେ ଶ୍ୱେତା। ତେଣୁ ସମ୍ପର୍କ ଆଗକୁ ବଢ଼ାଇବାକୁ ହେଲେ ବିବାହ କରିବାକୁ ପଡ଼ିବ ବୋଲି ସେ ଜିଦ୍ ଧରି ବସିଥିଲେ।"
ହେଲେ ସୌମ୍ୟଜିତ MBA ପଢ଼ିବାକୁ XIMB ଗଲା ପରେ ପରେ ଶ୍ୱେତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। କେତେବେଳେ ସୌମ୍ୟଜିତ ନିଜର ୩୦ ଲକ୍ଷ ଟଙ୍କାର ଷ୍ଟଡ଼ି ଲୋନ ଥିବା କଥା କହୁଥିଲେ ତ ଆଉ କେବେ ବଡ଼ଭାଇ ଥାଉ ଥାଉ କେମିତି ବିବାହ କରିବି ବୋଲି କହୁଥିବା ଶ୍ୱେତାଙ୍କ ଜଣେ ବନ୍ଧୁ କହିଛନ୍ତି।












Click it and Unblock the Notifications