ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା:୬ ମାସ ପରେ ଗିରଫ ହେଲେ ପୁରୁଷ ବନ୍ଧୁ
ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା । ୬ ମାସ ପରେ ଗିରଫ ହେଲେ ପୁରୁଷ ବନ୍ଧୁ ସୌମ୍ୟଜିତ । ଆଜି ସମ୍ବଲପୁରରୁ ତାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

୬ ମାସ ପରେ ଗିରଫ ହେଲେ ପୁରୁଷ ବନ୍ଧୁ ସୌମ୍ୟଜିତ
ଭୁବନେଶ୍ୱର: ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା । ୬ ମାସ ପରେ ଗିରଫ ହେଲେ ପୁରୁଷ ବନ୍ଧୁ ସୌମ୍ୟଜିତ । ଆଜି ସକାଳୁ ତାଙ୍କୁ ସମ୍ବଲପୁର ବଂଶୀଧର ନଗରର ଥିବା ତାଙ୍କ ଘରୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ସୌମ୍ୟଜିତଙ୍କୁ ଗିରଫ କରି ଭୁବନେଶ୍ୱର ଅଣା ଯାଇଛି ।
ସୂଚନାଅନୁସାରେ, ଆଜି ସକାଳୁ ସୌମ୍ୟଜିତଙ୍କ ବଂଶୀଧରନଗର ସ୍ଥିତ ଘରେ ପହଁଚିଥିଲା ଚନ୍ଦ୍ରଶେଖପୁର ଥାନାର ୫ ଜଣିଆ ପୋଲିସ ଟିମ୍ । ସୌମ୍ୟଜିତଙ୍କୁ ଗିରଫ କରି ପ୍ରଥମେ ବରେଇପାଲ୍ଲୀ ଥାନାକୁ ନିଆଯାଇଥିଲା ପରେ ତାଙ୍କୁ ସମ୍ବଲପୁରରୁ ଭୁବନେଶ୍ୱର ଅଣା ଯାଇଛି ।
ସୌମ୍ୟଜିତଙ୍କ ବିରୋଧରେ ହତ୍ୟା ଅଭିଯୋଗ
ଶ୍ୱେତାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକ ସୌମ୍ୟଜିତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ଶାରୀରିକ, ଆର୍ଥିକ, ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ ମୃତ ଶ୍ୱେତାଙ୍କ ପରିବାର । ଗିରଫ ହେବା ଭୟରେ ସୌମ୍ୟଜିତ୍ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ ହେଲ ତାହା ଖାରଜ ହୋଇଯାଇଥିଲା ଏବଂ ଆଜି ତାଙ୍କୁ ଗିରଫ କରାଯାଇଛି ।
ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା କରିଥିଲେ ଆତ୍ମହତ୍ୟା
ଗତବର୍ଷ ଅଗଷ୍ଟ ମାସରେ ଜନ୍ମମାଷ୍ଟମୀ ପାଇଁ ସମସ୍ତେ ଘରକୁ ଯାଇଥିବା ବେଳେ ଶ୍ୱେତା ରୁମରେ ଏକା ଥିଲେ । ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ । ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମୋଟମ ରିପୋର୍ଟରୁ ଜଣାପଡ଼ିଥିଲା । ତାଙ୍କ ଶରୀରର ଅନ୍ୟ କେଉଁଠି କ୍ଷତ ଚିହ୍ନ ନଥିବା ସ୍ପଷ୍ଟ କରିଥିଲେ କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ । ଶ୍ୱେତାଙ୍କ ଫ୍ଲାଟରୁ ଜବତ ଫୋନ୍ ଏବଂ ଡାଏରୀକୁ ଧରି ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ ।












Click it and Unblock the Notifications