ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗତ ରାତିରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।

ବଲାଙ୍ଗୀର: ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗତ ରାତିରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ୨୦ ବର୍ଷିୟ ନିରୂପମା ନନ୍ଦ। ସେ ଏମବିବିଏସର ଦ୍ୱିତୀୟ ବର୍ଷ ଛାତ୍ରୀ। ତାଙ୍କ ଘର ବଲାଙ୍ଗୀର ସିଭିଲ କୋର୍ଟ ପଛପଟରେ ବୋଲି ଜଣାପଡିଛି।

Medical Student Death

ବିଳମ୍ବିତ ରାତିରେ ପରିବାର ଲୋକଙ୍କ ଉପସ୍ଥିତିରେ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି ଟାଉନ ଥାନା ପୋଲିସ। ତେବେ ନିରୁପମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ। ସେପେଟେ ସନ୍ଥକବି ଭୀମଭୋଇ ମେଡିକାଲ କଲେଜର ଡିନ୍ ଡାକ୍ତର ସବିତା ମହାପାତ୍ର କହିଛନ୍ତି ଯେ, ଏହା ଏକ ସନ୍ଦେହଜନକ ମୃତ୍ୟୁ। ନିରୁପମାଙ୍କ ରୁମରୁ କେମିକାଲ୍ ଗନ୍ଧ ବାହାରୁଥିଲା। ଏନେଇ ପୁଲିସ ତଦନ୍ତ କଲେ ସତ୍ୟାସତ୍ୟ ଜଣାପଡ଼ିବ।

ମିଳିଥିବା ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ପାଖ ରୁମରେ ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିଲେ ସମ୍ପୃକ୍ତ ଛାତ୍ରୀ ଜଣଙ୍କ । ପରେ ବିଳମ୍ବିତ ରାତିରେ ହଠାତ୍‌ ଏକ ଅଜଣା ନମ୍ବରରୁ ପାଖ ରୁମ୍‌ ଛାତ୍ରୀଙ୍କ ନିକଟକୁ କଲ୍‌ ଆସିଥିଲା। ଫୋନ୍‌ କରି ସମ୍ପୃକ୍ତ ଛାତ୍ରୀ କିପରି ଅଛନ୍ତି ଦେଖିବାକୁ କହିଥିଲେ। ଏହାପରେ କବାଟ ବାଡ଼େଇ ବାଡ଼େଇ ଖୋଲିବା ପରେ ଛାତ୍ରୀଜଣକ ଝରକା ରେଲିଂରେ ବେକରେ ଷ୍ଟଲ୍‌ ଗୁଡ଼ାଇ ଆଣ୍ଠୁ ମାଡ଼ି ବସିଥିବା ଅନ୍ୟମାନେ ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ଡିନ୍‌ ସମେତ ଅନ୍ୟ ବିଭାଗୀୟ ପ୍ରଫେସର। ଉକ୍ତ ସମୟରେ ଛାତ୍ରୀଙ୍କ ରୁମ୍‌ରୁ କିଛି କେମିକାଲ ଗନ୍ଧ ବାହାରୁଥିବା ବେଳେ କେମିକାଲ ସେଠାକୁ କିପରି ଗଲା ଓ ତାହାର କାମ କ'ଣ ଏନେଇ ରହସ୍ୟ ଘନେଇବାରେ ଲାଗିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+