ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ବେକରେ ରହିଛି କଟା ଦାଗ

: ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ବର ଖାରବେଳନଗର ଥାନା ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଶୁଭଶ୍ରୀ ମହାପାତ୍ର ।

ଭୁବନେଶ୍ୱର: ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ବର ଖାରବେଳନଗର ଥାନା ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଶୁଭଶ୍ରୀ ମହାପାତ୍ର । ଶୁଭଶ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ବେକରେ ଚିହ୍ନ ରହିଥିବା ବେଳେ ମୁହଁ ଓ ନାକରେ ଦାଗ ରହିଛି ।

Dead Body

ଗତକାଲି ଶୁଭଶ୍ରୀଙ୍କ ମୃତଦେହ ନିଜ ଘରର ବେଡ୍ ଉପରେ ପଡ଼ିଥିଲା। ୪ ବର୍ଷର ପୁଅ ଟ୍ୟୁସନରୁ ଫେରି ମା'ର ଏ ଅବସ୍ଥା ଦେଖି ପାଖ ପଡ଼ୋଶୀଙ୍କୁ ଜଣାଇଥିଲା। ପଡ଼ୋଶୀ ଜରିଆରେ ବାପାଙ୍କୁ ଫୋନ କରିଥିଲା। ସ୍ୱାମୀ ଘରେ ପହଞ୍ଚି ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳାଙ୍କ ବେକରେ କଟା ଦାଗ ରହିଛି । ତାଙ୍କର ଗଳା ଦବାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ମୃତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି । ମୃତ ମହିଳାଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି ପୋଲିସ । ଏହା ସହ ଆଖପାଖ ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ମହିଳାଙ୍କ ବେକରେ ଦାଗ ଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ କିଏ ଓ କାହିଁକି ଶୁଭଶ୍ରୀଙ୍କୁ ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+