ଗୁଣି ଗାରେଡ଼ି ସନ୍ଦେହରେ ବାପା ଓ ପୁଅକୁ ହତ୍ୟା ଅଭିଯୋଗ
ଗୁଣି ଗାରେଡ଼ି ସନ୍ଦେହରେ ବାପା ଓ ପୁଅକୁ ହତ୍ୟା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଗୁଲୁବା ପଞ୍ଚାୟତ ମୁଠାଗୁଡ଼ା ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ।
ଗଜପତି: ଗୁଣି ଗାରେଡ଼ି ସନ୍ଦେହରେ ବାପା ଓ ପୁଅକୁ ହତ୍ୟା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଗୁଲୁବା ପଞ୍ଚାୟତ ମୁଠାଗୁଡ଼ା ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ଗାଁର କିଛି ଲୋକ ଗତକାଲି ବିଳମ୍ବିତ ରାତିରେ ବାପା ପୁଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବର୍ତ୍ତମାନ ଘଟଣା ସ୍ଥଳରେ ବାପ ପୁଅଙ୍କ ମୃତଦେହ ଜବତ କରିଛି ପୋଲିସ । ଅଭିଯୋଗ ଅନୁସାରେ, ମୃତ ବାପ-ପୁଅଙ୍କୁ ଗାଁର କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବିଲ ମଧ୍ୟରୁ ବାପାର ମୃତଦେହ ମିଳିଥିବା ବେଳେ ଓ ଘର ଭିତରୁ ପୁଅର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଗାଁର କିଛି ଲୋକ ଗାଁରେ ମିଟିଂ କରିବାକୁ କହି ବାପ-ପୁଅଙ୍କୁ ନିକଟ ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ବାପ ପୁଅ ଦୁହିଁଙ୍କୁ ନିର୍ଦ୍ଧୁମ ପିଟିଥିବା ନେଇ ପରିବାର ଲୋକେ କହିଛନ୍ତି। ପରେ ପୁଅ ସେଠାରୁ ଖସି ଆସିଥିଲା, ରାତିରେ ଘର ଭିତରୁ ତାର ମୃତ ଦେହ ଉଦ୍ଧାର ହୋଇଛି। ସେପଟେ ଗାଁ ନିକଟକୁ ବିଲରୁ ବାପାର ମୃତଦେହ ଉଦ୍ଧାର ହୋଇଛି।












Click it and Unblock the Notifications