ସୁସ୍ମିତା ମିଞ୍ଜ୍‌ ମୃତ୍ୟୁ ମାମଲା: ଚାଲିଛି ପଚରାଉଚରା, ପ୍ରତିକ୍ରିୟା ରଖିଲେ ବିଡିଓ

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ୍‌ ମୃତ୍ୟୁ ମାମଲା । ଗୁରୁଣ୍ଡିଆ ବ୍ଲକର ବିଡିଓ ଓ ସିଡିପିଓଙ୍କୁ ପୋଲିସ୍‌ର ପଚରାଉଚରା । ତଦନ୍ତ ଅଧିକାରୀ ଡିଏସ୍‌ପି ବନିତା ମାଝୀଙ୍କ ପଚରାଉରା । ବିଡିଓ ଏବଂ ସିଡିପିଓଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଥିଲା ।

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ୍‌ ଓ ASI ଆଲିଶା ଲୁଗୁନ, ଦୁଇ ମୃତ୍ୟୁ ମାମଲାରେ ରାଉରକେଲା SP ମିତ୍ରଭାନୁ ମହାପାତ୍ରଙ୍କ ସୂଚନା । ଦୁଇଟି ଯାକ ମୃତ୍ୟୁ ଘଟଣାରେ କୌଣସି ସଂଯୋଗ ନାହିଁ ।

ପୋଲିସ ଜେରା ପରେ ଗୁରୁଣ୍ଡିଆ ବିଡିଓ ବେନାଟି ଲାକ୍ରାଙ୍କ ପ୍ରତିକ୍ରିୟା। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ସୁସ୍ମିତାଙ୍କ ଘରକୁ ଯାଇଥିଲି । ସୁସ୍ମିତାଙ୍କ ଘରକୁ ମୋ ସହ ସିଡିପିଓ ମଧ୍ୟ ଯାଇଥିଲେ । ସୁସ୍ମିତା ଘରେ ନଥିଲେ, ତାଙ୍କ ମାଆ ଓ ଭାଇଙ୍କ ସହ କଥା ହୋଇ ଫେରିଥିଲୁ ।

ସୁସ୍ମିତାଙ୍କ ଭାଇ ସିବିଆଇ ତଦନ୍ତ ଦାବି କରିଛନ୍ତି । ମାତ୍ର ଡିଏସପି ପାହ୍ୟାର ଅଫିସରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବାରୁ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିବନି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଆସନ୍ତା ୬ ତାରିଖରେ ଜିଲ୍ଲାପାଳ ଅଫିସ ଘେରିବାକୁ ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ଆଲବର୍ଟ କିଣ୍ଡୋ ।

susmita_minj

ଆସିଷ୍ଟାଣ୍ଟ୍‌ କଲେକ୍ଟର ସୁସ୍ମିତା ମିଞ୍ଜ୍‌ ଏବଂ ମହିଳା ASI ଅଲିସ ଲୁଗୁନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠୁନଥିବା ବେଳେ ଏହାର ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି ରାଉଲକେଲାର ଶହ ଶହ ଆଦିବାସୀ । ତେବେ ରାଜରାସ୍ତାରେ ହଜାରହଜାର ଆଦିବାସୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ସରକାର ଏବଂ ଜିଲ୍ଲା ଏବଂ ରାଉରକେଲା ପ୍ରଶାସନ ବିରୋଧରେ ଗର୍ଜିଛନ୍ତି । ଆଦିବାସୀ ମହିଳା କେଉଁ କାରଣରୁ ଜିଲ୍ଲାରେ ଅସୁରକ୍ଷିତ ଅଛନ୍ତି ବୋଲି କହି ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏକାଠି ହୋଇ ଦୁଇ ଆଦିବାସୀ ମହିଳାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+