ସୁରେଖା ପଲେଇ ମୃତ୍ୟୁ ମାମଲା: ହତ୍ୟା ନୁହେଁ, ଏହା ଥିଲା ଆତ୍ମହତ୍ୟା
ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ତା’ ଉପରୁ ପର୍ଦା ହଟିଛି। ସୁରେଖା ପଲେଇଙ୍କୁ ହତ୍ୟା କରାଯାଇନଥିଲା ବରଂ ସେ ଆତ୍ମହତ୍ୟା କରିଥିବା ପୋଲିସ୍ ସୂଚନା ଦେଇଛି।
ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ତା' ଉପରୁ ପର୍ଦା ହଟିଛି। ସୁରେଖା ପଲେଇଙ୍କୁ ହତ୍ୟା କରାଯାଇନଥିଲା ବରଂ ସେ ଆତ୍ମହତ୍ୟା କରିଥିବା ପୋଲିସ୍ ସୂଚନା ଦେଇଛି। ସୁରେଖାର ପୋଷ୍ଟ ମର୍ଟମ ରିପୋର୍ଟ ପରେ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି।

ପୁରୁଷ ବନ୍ଧୁ ବିବାହ ପାଇଁ ରାଜି ନ ହେବାରୁ ସୁରେଖା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୁରୁଷ ବନ୍ଧୁ ବିଶ୍ୱଜିତ ଜେନାଙ୍କ ଘରେ ଆତ୍ମହତ୍ୟା କରିଥିଲେ ସୁରେଖା । ବିଶ୍ୱଜିତଙ୍କୁ ଏକତରଫା ଭଲ ପାଉଥିଲେ ସୁରେଖା । ସୁରେଖା ବିଶ୍ୱଜିତଙ୍କୁ ବିବାହ କରିବା ପାଇଁ ବାରମ୍ବର କହୁଥିଲେ । କିନ୍ତୁ ବିଶ୍ୱଜିତ ବିବାହ ପାଇଁ ରାଜି ନହେବାରୁ ସୁରେଖା ୯ ତାରିଖ ସନ୍ଧ୍ୟାରେ ହାତ କାଟି ଫଟୋ ପଠେଇଥିଲେ । ପରେ ରାତିରେ ବୟଫ୍ରେଣ୍ଡ ଘରେ ସୁଇସାଇଡ କରିଥିଲେ ସୁରେଖା ।
ତେବେ ସୁରେଖାଙ୍କ ଆତ୍ମହତ୍ୟା ପଛରେ ତାଙ୍କ ବୟଫ୍ରେଣ୍ଡର ସଂପୃକ୍ତି ରହିଛି। ଏହି କାରଣରୁ ପୋଲିସ୍ ସୁରେଖାଙ୍କ ବୟଫ୍ରେଣ୍ଡ ଓ ତା'ର ଦୁଇ ସହଯୋଗୀଙ୍କୁ ଗିରଫ କରିଛି।












Click it and Unblock the Notifications